ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜାର ତାରିଖ ଅଗଷ୍ଟ ୫ କୁ ଧାର୍ଯ୍ୟ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟାରେ ଅତିଥିକୁ ଆମନ୍ତ୍ରିତ କରାଯାଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ଐତିହାସିକ କାର୍ଯ୍ୟକ୍ରମକୁ ସାରା ଦୁନିଆର ରାମ ଭକ୍ତ ଟେଲିଭିଜନ ସ୍କ୍ରିନ୍ ମାଧ୍ୟମରେ ଦେଖିପାରିବେ । ଭୂମି ପୂଜାର କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଁଚାଇବା ପାଇଁ ସରକାରଙ୍କ ପକ୍ଷରୁ ଦୂୁରଦର୍ଶନ ଜରିଆରେ ଲାଇଭ ଟେଲିକାଷ୍ଟର ବ୍ୟବସ୍ଥା କରାଯାଇଛି ।
ଏନେଇ ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ କହିଛନ୍ତି କି, ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମର ଲାଇଭ ଟେଲିକାଷ୍ଟ ଦୂରଦର୍ଶନରେ କରାଯିବ । କରୋନା ପାଇଁ କୌଣସି ଭକ୍ତ ଅଯୋଧ୍ୟା ଆସନ୍ତୁ ନାହିଁ, ଘରେ ଲାଇଭ ଟେଲିକାଷ୍ଟରେ ଦେଖନ୍ତୁ ଏବଂ ଦୀପତ୍ସବ ମନାନ୍ତୁ ।