ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବ ଏବଂ ମା’ପାର୍ବତୀଙ୍କ ପୁତ୍ର ହେଉଛନ୍ତି ଗଣେଶ । ଭଗବାନ ଗଣେଶଙ୍କୁ ଦୁଃଖହର୍ତା କୁହାଯାଏ । ପ୍ରତେକ ଶୁଭ କାର୍ଯ୍ୟରେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କୁ ପ୍ରଶନ୍ନ କରିବାର କିଛି ଉପାୟ..
– ବୁଧବାର ଦିନ ସକାଳୁ ଶୀଘ୍ର ଏଠି ଶ୍ନାନ ସାରିବା ପରେ ଏକ କଂସା ଥାଳି ନିଅନ୍ତୁ । ଥାଳିରେ ଓଁ ଗଂ ଗଣପତୟେ ନମଃ ଲେଖନ୍ତୁ । ଏବଂ ସେହି ଥାଳିରେ ପଞ୍ଚ ବୁନ୍ଦି ଲଡୁ ରଖି ପାଖ ଗଣେଶ ମନ୍ଦିରରେ ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ଘରେ ଧନ ଯୋଗ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
– ବୁଧବାର ଦିନ ହାତୀକୁ ସବୁଜ ଘାସ ଖୁଆନ୍ତୁ ଏବଂ ଗଣେଶ ମନ୍ଦିର ଯାଇ ପ୍ରାର୍ଥନା କରନ୍ତୁ । ଏହାଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ ।
– ବୁଧବାରକୁ ଗଣେଶ ମନ୍ଦିର ଯାଇ ଦାନ କରନ୍ତୁ ,ଦାନ କରିବା ଦ୍ୱାରା ପୂର୍ଣ୍ଣ୍ୟ ପ୍ରାପ୍ତି ହୋଇଥାଏ । ଏବଂ ଭଗବାନ ଗଣେଶ ଭକ୍ତଙ୍କ ଉପରେ କୃପା ବନାଇ ରଖିଥାନ୍ତି ।
– ଏହାସହିତ ବୁଧବାର ଦିନ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ । ଏହା ପରେ ବେସନ ଲଡ୍ଡୁ ଭୋଗ ଲାଗାଇ ସମସ୍ତଙ୍କୁ ବାଣ୍ଟନ୍ତୁ । ପୁଣି କିଛି ସମୟ ପରେ ଘିଅ ଏବଂ ଗୁଡ ଗାଈକୁ ଖୁଆନ୍ତୁ । ଏଭଳି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।