ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମ ଅନୁସାରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଆରାଧନା କରାଯାଇଥାଏ । ଏହି ଦିନ ଗଜାନନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଏବଂ କଷ୍ଟ ଦୂର ହୋଇଥାଏ । ଏହାସହିତ ଧନ, ସମ୍ପତି, ବୁଦ୍ଧି, ବିବେକ, ସମୃଦ୍ଧି ଆଦି ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବୁଧବାର ଦିନ ଗଣେଶଙ୍କୁ କାହିଁକି ଆରାଧନା କରାଯାଏ ଏବଂ ଏହାର ମହତ୍ୱ କଣ ରହିଛି ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୌରାଣିକ କଥାରେ ବର୍ଣ୍ଣିତ ଅଛି କି, ଯେତେବେଳେ ମାତା ପାର୍ବତୀ ହାତରେ ଗଣେଶଙ୍କ ଉତ୍ପତି ହେଲା ସେହି ସମୟରେ କୈଳାଶରେ ବୁଧଦେବ ଉପସ୍ଥିତ ଥିଲେ । ସେହି କାରଣରୁ ଗଣେଶ ଭଗବାନଙ୍କ ପୂଜା ଆରାଧନା ପାଇଁ ବୁଧବାର ଶୁଭ । ସେଥିପାଇଁ ପ୍ରତ୍ୟେକ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରିବାର ବିଧି ରହିଛି । ଏହି ଦିନ ଗଜାନନଙ୍କୁ ପୂଜା କରିବା ଦ୍ୱାରା ମନୁଷ୍ୟ ଜୀବନରେ ସମସ୍ତ ସଙ୍କଟ ନାଶ ହୋଇଥାଏ ।
ସେହିପରି ଶାସ୍ତ୍ରରେ ବୁଧବାର କୁ ସ୍ୟାମ୍ୟବାର ବୋଲି ମଧ୍ୟ କୁହାଯାଇଥାଏ । ଏହି ଦିନ ବିଘ୍ନହର୍ତାଙ୍କୁ ପୂଜା କରାଯାଇଥାଏ । ଏହାସହିତ ସମସ୍ତ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରିବାର ବିଧି ରହିଛି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ରାଶିରେ ବୁଧ କମଯୋର ଥାନ୍ତି ସେମାନଙ୍କୁ ବୁଧବାର ଦିନ ବିଘ୍ନହର୍ତାଙ୍କୁ ବିଧି ବିଧାନ ସହ ପୂଜା କରିବା ଉଚିତ୍ ।