ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଣେଶ ଭଗବାନଙ୍କ ପ୍ରିୟ ବାର ହେଉଛି ବୁଧବାର । ଏହି ଦିନ ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇଥାଏ । ଏହାସହିତ ସମସ୍ତ ବାଧାବିଘ୍ନ ରୁ ଗଣେଶ ମହାପ୍ରଭୁ ରକ୍ଷା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କ ସହ ଜଡିତ କିଛି ତଥ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ହୁଏତ ଆପଣ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ଗଣେଶ ଭଗବାନ କାହିଁକି ସ୍ତ୍ରୀ ଅବତାର ଧାରଣ କରିଥିଲେ?
ପୌରାଣିକ କଥା ଅନୁସାରେ ଗୋଟେ ଥର ଅନ୍ଧକ ନାମକ ଦୈତ୍ୟ, ମାତା ପାର୍ବତୀଙ୍କୁ ନିଜ ଅର୍ଦ୍ଧାଙ୍ଗିନି କରିବା ପାଇଁ ଇଛା ପ୍ରକାଶ କରିଥିଲା । ଏହି ଇଛାକୁ ପୁରଣ କରିବା ପାଇଁ ଦୈତ୍ୟ ଜୋର ଜବରଦସ୍ତି ମାତା ପାର୍ବତୀଙ୍କୁ ନିଜ ପତ୍ନୀ କରିବା ପାଇଁ ଚେଷ୍ଟା ଚଲାଇଲା, କିନ୍ତୁ ମାତା ପାର୍ବତୀ ଏଥିରୁ ରକ୍ଷା ପାଇବା ଲାଗି ଭଗବାନ ଶିବଙ୍କୁ ଡକାଇଲେ । ଭଗବାନ ଶିବ ତାଙ୍କ ପତ୍ନୀଙ୍କୁ ଦୈତ୍ୟଠାରୁ ରକ୍ଷା କରିବା ପାଇଁ ନିଜର ତ୍ରିଶୁଳ ଉଠାଇଥିଲେ ଏବଂ ରାକ୍ଷସ ଉପରେ ଆକ୍ରମଣ କରିଥିଲେ । ମାତ୍ର ସେଥିରେ ରାକ୍ଷସ ମରିଲା ନାହିଁ, ବରଂ ଯେତେବେଳେ ରାକ୍ଷସ ବେକରେ ତ୍ରିଶୁଳ ଲାଗିଲା ତା ରକ୍ତର ଗୋଟେ ଗୋଟ ବୁନ୍ଦା ରାକ୍ଷସୀ ‘ଅନ୍ଧକା’ ରେ ପରିଣତ ହୋଇ ଚାଲିଥିଲା । ଏଥିରେ ଭଗବାନ ଶିବଙ୍କୁ ଲାଗିଲା କି ଯଦି ରାକ୍ଷସକୁ ସବୁଦିନ ପାଇଁ ମାରିବାର ଅଛି ତେବେ ତାର ରକ୍ତକୁ ଭୂମି ଉପରେ ପଡିବାରୁ ରୋକିବାକୁ ପଡିବ । ସେତେବେଳେ ମାତା ପାର୍ବତୀ ବୁଝିପାରିଲେ ଏବଂ ସେ ଜାଣିଥିିଲେ କି ପ୍ରତ୍ୟେକ ଦୈବ୍ୟ ଶକ୍ତିର ଦୁଇଟି ତତ୍ୱ ଥାଏ ।
ପ୍ରଥମ ପୁରୁଷ ତତ୍ୱ ଯାହା ମାନସିକ ରୂପେ ସକ୍ଷମ କରିଥାଏ ଏବଂ ଦ୍ୱିତୀୟ ରେ ସ୍ତ୍ରୀତ୍ତତତ୍ୱ । ସେଥିପାଇଁ ମାତା ପାର୍ବତୀ ସେହି ସମସ୍ତ ଦେବୀଙ୍କୁ ଆମନ୍ତ୍ରିତ କାରିଥିଲେ ଯିଏ ଶକ୍ତିର ରୂପ । ଏହାପରେ ସମସ୍ତ ଦୈବ୍ୟ ଶକ୍ତି ବିଶିଷ୍ଟ ସ୍ତ୍ରୀ ରୂପ ଆସିଗଲେ, ଯେଉଁମାନେ ରାକ୍ଷସ ର ରକ୍ତ ଭୂମିରେ ପଡିବା ପୂର୍ବରୁ ନିଜ ଶରୀର ଭିତରକୁ ନେଇଯାଇଥିଲେ । ଯାହାଫଳରେ ଅନ୍ଧକାର ଉତ୍ପନ୍ନ ହେବା କମ ହୋଇଗଲା ।
ଅନ୍ଧକାର ରକ୍ତକୁ ଶେଷ କରିବା ସେହି ସ୍ତ୍ରୀ ରୂପ ବିଶିଷ୍ଠ ଦୈବ୍ୟ ଶକ୍ତିଙ୍କ ପାଖରେ ସମ୍ଭବ ହୋଇପାରିନଥିଲା । ସେହି ସମୟରେ ଗଣେଶ ଭଗବାନ ସ୍ତ୍ରୀ ରୂପ ଧାରଣ କରିଥିଲେ । ଶେଷରେ ସ୍ତ୍ରୀ ରୂପ ବିନାୟକି ରେ ପ୍ରକଟ ହେଲେ ଗଶେଷ ଏବଂ ଅନ୍ଧକା ର ସମସ୍ତ ରକ୍ତ ପାନ କରିଥିଲେ । ଏହାପରେ ଅନ୍ଧକାକୁ ସର୍ବନାଶ କରିବା ସମ୍ଭବ ହୋଇପାରିଲା । ଗଣେଶ ମହାପ୍ରଭୁଙ୍କୁ ଏହି ରୂପ ଅବିକଳ ମାତା ପାର୍ବତୀଙ୍କ ଭଳି । ଏଥିରେ କେବଳ ଗୋଟିଏ ଫରକ ଥିଲା ତାହା ହେଉଛି ହାତୀ ମୁଣ୍ଡ ।