ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଣିଷ ଜୀବନରେ ସୁଖ-ଦୁଃଖ ଲାଗି ରହିଥାଏ । ବେଳେ ବେଳେ ଜୀବନରେ ଦୁଃଖ ଏବଂ ଚିନ୍ତା ଏଭଳି ମାଡି ଆସିଥାଏ ଯେ ତାହା ଦୂର ହେବା ମୁସକିଲ୍ ହୋଇପଡେ । ଏଭଳି ଅନେକ ଥର ରାଶି ଏବଂ ରାଶି ସମ୍ବନ୍ଧିତ ଗ୍ରହ ନକ୍ଷତ୍ର ପାଇଁ ହୋଇଥାଏ । ଯଦି ଆପଣ ବି ଦୁଃଖ ପାଇଁ ଚିନ୍ତିତ ଅଛନ୍ତି ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କାରଣ କିଛି ବିଶେଷ ରାଶି ଉପରେ ବଜରଙ୍ଗବାଲିଙ୍କ କୃପାଲାଭ ହେବା ଆରମ୍ଭ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଉପରେ..
ମେଷ ରାଶି:
ଏହି ରାଶିର ବ୍ୟକ୍ତି କିଛି ଖାସ୍ କଥାକୁ ନେଇ ଗତ କିଛିଦିନ ହେବ ଚିନ୍ତିତ ଅଛନ୍ତି । ଏହାସହିତ ସମସ୍ତ କାର୍ଯ୍ୟ ଅଟକ ରହିଛି । ପ୍ରତ୍ୟେକ ଜିନିଷରେ ବାଧା ଉପୁଜୁଛି । ଏବେ ଆଉ କୌଣସି ସମସ୍ୟାର ସମୁଖୀନ ହେବେନି । କାରଣ ବଜରଙ୍ଗବାଲିଙ୍କ କୃପା ରହିଛି ଏହର ରାଶି ଉପରେ । ଆଗାମୀ ଜାନୁଆର ୨୪ରୁ ହନୁମାନଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇପାରେ । ସେଥିପାଇଁ ମଙ୍ଗଳବାର ଏବଂ ଶନିବାର ହନୁମାନଙ୍କଠାରେ ତେଲ ଦୀପ ଜାଳନ୍ତୁ ।
ସିଂହ ରାଶି: ଏହି ରାଶିର ଜାତକାରେ ଏବେ ଭଲ ସମୟ ଆରମ୍ଭ ହୋଇଯାଇଛି । ଏବେ ସମସ୍ତ କାର୍ଯ୍ୟ ଖୁବ୍ ସହଜରେ ହେବ । ଯଦି କୌଣସି ବ୍ୟକ୍ତି ଏମାନଙ୍କୁ ବାଧାସୃଷ୍ଟ କରନ୍ତି ତେବେ ସେମାନଙ୍କ ଉପରେ ଓଲଟା ପ୍ରଭାବ ପଡିପାରେ । ଏହି ରାଶିର ବ୍ୟକ୍ତି ନିଶ୍ଚିତ ହୋଇ ସମସ୍ତ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ ।
ବିଛା ରାଶି: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଜାନୁଆରୀରୁ ଅପ୍ରିଲ ପର୍ଯ୍ୟନ୍ତ ଧନଲାଭର ଯୋଗ ରହିଛି । ହନୁମାନଙ୍କ କୃପାରୁ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ । ଯଦି ଆପଣ କୌଣସି ଜାଗାବାଡି କିଣିବାକୁ ଯୋଜନା କରିଛନ୍ତି ତେବେ ଅପ୍ରିଲ ପୂର୍ବରୁ ହିଁ କରନ୍ତୁ । ଏହାଦ୍ୱାରା ଭବିଷ୍ୟତରେ ଫାଇଦା ହିଁ ଫାଇଦା ହେବ ।
ମୀନ ରାଶି: ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁବ୍ ଶୀଘ୍ର ଦୁଃଖ ଦୂର ହେବାକୁ ଯାଉଛି । ୨୦୧୯ ବର୍ଷ ସବୁଠୁ ଭଲ ଏହି ରାଶି ପାଇଁ । ବର୍ଷସାରା ଏହି ରାଶି ଉପରେ ହନୁମାନଙ୍କ କୃପା ରହିବ । ଏହି କୃପାକୁ ସର୍ବଦା ବଳବତ୍ତର ରଖିବାକୁ ହେଲେ ଆପଣ ଶନିବାର ଏବଂ ମଙ୍ଗଳବାର ହନୁମାନ ଚାଳିଶା ପାଠ କରିବା ସହ ଧୂପ ଲଗାନ୍ତୁ ।