ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ଭଗବାନ ଶ୍ରୀ ହନୁମାନଙ୍କ ବାର । ହନୁମାନଙ୍କୁ କଳିଯୁଗର ଦେବତା ଓ ସଙ୍କଟମୋଚନ ବୋଲି ମଧ୍ୟ କୁହାଯାଏ । ହନୁମାନଙ୍କ ନାମ ସ୍ମରଣ କରିବା ମାତ୍ରେ ହିଁ ଭକ୍ତଙ୍କ ସମସ୍ତ ସଙ୍କଟ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ନଜର ପକାଇବା ଏହି ଦିନ କେଉଁ ଦିଗ ପ୍ରତି ଧ୍ୟାନ ରଖିବେ ।
- ଯଦି ଆପଣ ମଙ୍ଗଳବାର ମନ୍ଦିର ଯାଉଛନ୍ତି ତେବେ ହନୁମାନଙ୍କ ପାଇଁ ଭେଟି ସ୍ୱରୂପ ଦେଶୀ ଘିଅ,ଗୁଡ,ଲାଲ ଫୁଲ,ପଇତା ଏବଂ ସୁପାରୀ ନେଇ ଯାଆନ୍ତୁ ।
- ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ବସି ହନୂମାନ ଚାଳିଶା ଏବଂ ବଜରଙ୍ଗ ବାଣ ପାଠ କରନ୍ତୁ । ଏହାଦ୍ୱାରା କୃପା ଲାଭ ହେବା ସହ ସମସ୍ତ ସମସ୍ୟାରୁ ଛୁଟ୍ କାରା ମିଳିବ ।
- ଘରେ ସୁଖ ଶାନ୍ତି ପାଇଁ ହନୁମାନ ମନ୍ଦିରରେ ଆସନ୍ ବିଛାଇ ସୁନ୍ଦରାକାଣ୍ଡ ପାଠ କରନ୍ତୁ । ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବହୁତ ଶୀଘ୍ର ହନୁମାନ ପ୍ରସନ୍ନ ହୋଇଯାଇଥାନ୍ତି ।
- ମଙ୍ଗଳବାର ହନୂମାନ ମନ୍ଦିର ଯାଇ ସିନ୍ଦୁର ଏବଂ ଚମେଲି ଫୁଲ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ମନସ୍କାମନା ପୂରଣ ହେବ ।