ପୁରୀ (ଏଟିଆର ବ୍ୟୁରୋ): ବଡଭାଇ ଓ ଭଉଣୀଙ୍କ ପଛେ ପଛେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିଲେ କାଳିଆ ସାଆନ୍ତ । ରଥ ଉପରେ ସମସ୍ତ ନୀତିକାନ୍ତି ତଥା ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ରଥର ଚାରମାଳ ଖୋଲାଯାଇ ଅଶ୍ୱ ଯୋଚା ଯିବା ପରେ ନନ୍ଦିଘୋଷ ରଥ ଗଡିବା ଆରମ୍ଭ କରିଛି । ଘଣ୍ଟା ଘଣ୍ଟା ଧ୍ୱନି ସହ ଘର ଘର ନାଦ କରି ଆଗକୁ ଗଡି ଚାଲିଛି ନନ୍ଦିଘୋଷ ।
ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ତା ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଗଡିବା ଆରମ୍ଭ କରିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି ।