ପୁରୀ (ଏଟିଆର ବ୍ୟୁରୋ): ସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଥିଲେ ଶ୍ରୀଜିଉ । ସୁସ୍ଥ କରିବା ଲାଗି ସେବାୟତମାନେ କରୁଥିଲେ ଗୁପ୍ତ ନୀତି । ଗତକାଲି ଦଶମୂଳ ମୋଦକ ଲାଗି ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି ଶ୍ରୀଜିଉ ।
ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଗଜପତି ମହାରାଜାଙ୍କ ନିକଟକୁ ରାଜ ନଅର ଯିବେ ସେବାୟତ । ଏହି ପରମ୍ପରାକୁ ରାଜପ୍ରସାଦ ବିଜେ ବୋଲି କୁହାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରି ଥିବା ଚନ୍ଦନ , କରାଳ ଚନ୍ଦନ ଆଦି ରୂପା ଥାଳିରେ ନେଇ ସେବକ ମାନେ ଶ୍ରୀନଅର ଯିବେ । ସେଠାରେ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜାଙ୍କୁ ଭେଟି ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଦେବେ । ଏହାସହିତ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିବେ ।