ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସରକାର ପକ୍ଷରୁ ଚୀନ୍ ସଂଚାର ଉପକରଣ ଉପରେ ରୋକ ଲଗାଇବାର ନିଷ୍ପତି ନିଆଯାଇଛି । ସମସ୍ତ ମୋବାଇଲ ସର୍ଭିସ ପ୍ରୋଭାଇଡରଙ୍କୁ ଚୀନ୍ ଉପକରଣ ହଟାଇବାକୁ ନର୍ଦ୍ଦେଶ ଦିଆଯାଇଛି । ସରକାରୀ କମ୍ପାନୀରୁ କୁହାଯାଇଛି କି ନୂତନ ଭାବେ ସର୍ତ ପରିବିର୍ତ୍ତନ କରି ଟେଣ୍ଡର ଜାରି କରାଯାଉ, ଯାହାଫଳରେ ଚୀନ୍ କମ୍ପାନୀ ଅଂଶଗ୍ରହଶ କରି ପାରିବ ନାହିଁ ।
ଭାରତ ସରକାର ପକ୍ଷରୁ ସଂଚାର ବିଭାଗ ବିଏସଏନଏଲ ଏବଂ ଏମଟିଏନଏଲ କୁ ନିର୍ଦ୍ଦେଶ ଦିଆଯାଇ ୪ଜି ର ସମ୍ପାଦନ ପାଇଁ କୌଣସି ବି ଚୀନ୍ ଉପକରଣର ପ୍ରୟୋଗ ଉପରେ ଜରୁରୀକାଳୀନ ଭାବେ ରୋକ ଲଗା ଦିଆଯାଇଛି ।
ସରକାରଙ୍କ ପକ୍ଷରୁ ସରକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ସମସ୍ତ ସଂଚାର ଉପକରଣର କିଣା ପାଇଁ ଜାରି କରାଯାଇଥିବା ଟେଣ୍ଡରକୁ ତୁରନ୍ତ ରଦ୍ଦ କରାଯାଉ ଏବଂ ସଂଚାର ଉପକରଣ କିଣିବା ପାଇଁ ନୂତନ ସର୍ତ ସହ ଟେଣ୍ଡର ଜାରି କରାଯାଉ । ଏହି ଟେଣ୍ଡର ଶବ୍ଧକୁ ଏଭଳି ଭାବେ ତିଆରି କରାଯାଉ ଯାହାଫଳରେ ଏଥିରୁ ଚୀନ୍ କମ୍ପାନୀ ନିଜେ ବାହାର ହୋଇଯିବ ।
ସଂଚାର ବିଭାଗ ପକ୍ଷରୁ ସମସ୍ତ ଘରୋଇ ମୋବାଇଲ ସର୍ଭିସ ପ୍ରୋଭାଇଡର୍ସଙ୍କୁ ନିର୍ଦ୍ଦେଶ ଦେବାର ପ୍ରକ୍ରିୟା ଆରମ୍ଭ କରି ଦିଆଯାଇଛି । ସେହିଅନୁଯାୟୀ ସମସ୍ତ ପ୍ରାଇଭେଟ ମୋବାଇଲ ସର୍ଭିସ ପ୍ରୋଭାଇଡର୍ସକୁ ବର୍ତ୍ତମାନ ବ୍ୟବହାର ହେଉଥିବା ଚୀନ୍ ଉପକରଣକୁ ତୁରନ୍ତ ସେବାରୁ ବାହାର କରିବା ଏବଂ ନୂତନ ଚୀନ୍ ଉପକରଣର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।