ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶନିଦେବଙ୍କୁ ପ୍ରସନ୍ନ କରିବା ଲୋକେ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେଥିପାଇଁ ଶନିଦେବଙ୍କୁ ପୂଜା କରିଥାନ୍ତି । କିନ୍ତୁ ଏଭଳି ଅନେକ କଥା ଅଛି ଯାହା ଉପରେ ଧ୍ୟାନ ରଖିବା ଉଚିତ୍ । ଫଳରେ ଶନିଙ୍କ କୁଦୃଷ୍ଟି ଆପଣଙ୍କ ଉପରେ ପଡିବ ନାହିଁ । ଶନିଙ୍କ ପୂଜା ପାଇଁ ଶାସ୍ତ୍ରରେ କିଛି ଖାସ୍ ନିୟମ ରହିଛି ।
- ଶନିଙ୍କ ପୂଜାରେ ଭୁଲ୍ ରେ ବି ଲାଲ ରଙ୍ଗର ଫୁଲ କିମ୍ବା ଅନ୍ୟକୌଣସି ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ । ଲାଲ ରଙ୍ଗ ମଙ୍ଗଳର ପ୍ରତିକ । ମଙ୍ଗଳ ସହ ଶନିଙ୍କର ଶତୃତା ଥାଏ । ସେଥିପାଇଁ ଶନିଙ୍କ ପୂଜାରେ ସର୍ବନା ନୀଳ କିମ୍ବା କଳା ରଙ୍ଗ ବ୍ୟବହାର କରିବା ଉଚିତ୍ ।
- ଶନିଙ୍କୁ ପୂଜା କରିବା ବେଳେ କୋଣର ବିଶେଷ ମହତ୍ୱ ରହିଛି । ଶନିଙ୍କୁ ପଶ୍ଚିମକୋଣର ସ୍ୱାମୀ ବୋଲି କୁହାଯାଏ । ସେଥିପାଇଁ ପୂଜା କରିବା ସମୟରେ ଧ୍ୟାନ ରଖିବା ଉଚିତ୍ କି ଯେପରି ଆପଣଙ୍କ ମୁହଁ ପଶ୍ଚିମକୋଣ ଆଡକୁ ହେବା ଦରକାର ।
- ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ ଦୃଷ୍ଟି ପଡିଥାଏ ତେବେ ସେହି ବ୍ୟକ୍ତିର ସମସ୍ୟା ବଢିଯାଇଥାଏ । ଏହାସହିତ କଦାପି ଶନିଦେବଙ୍କ ମୂର୍ତ୍ତି ସାମ୍ନାରେ ଠିଆ ହୋଇ ପୂଜା କରନ୍ତୁ ନାହିଁ । ଏହାବ୍ୟତିତ ପୂଜା ସମୟରେ ଭୁଲ୍ ରେ ବି ଶନି ଠାକୁରଙ୍କ ଆଖିକୁ ଚାହାଁନ୍ତୁ ନାହିଁ ।
- ଶନି ଠାକୁରଙ୍କ ପୂଜାରେ ସର୍ବଦା କଳା ଜିରା ଏବଂ ଖିଚିଡି ଭୋଗ ଲଗାନ୍ତୁ । ଶନିଦେବଙ୍କୁ କଳାଜିଳା ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କ ଜାତକରେ ଅଶୁଭ ଗ୍ରହର ଛାୟା ଦୂର ହୋଇଥାଏ ।