ଭୁବନେଶ୍ୱର (ଏଟିଆର ବ୍ୟୁରୋ):ହିନ୍ଦୁ ଧର୍ମରେ ସପ୍ତାହର ସାତଦିନ ଯାଏଁ ପ୍ରତ୍ୟେକ ଭଗବାନଙ୍କୁ ପୂଜା କରାଯାଇଥାଏ । ସେହିଭଳି ସୋମବାର ଭଗବାନ ଭୋଳାନାଥଙ୍କୁ ପୂଜାର୍ଚ୍ଚନା କରାଯାଏ । କୁହାଯାଏ ଶ୍ରଦ୍ଧା ମନରେ ଭୋଳାନାଥଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୁଏ । ସୋମବାର ହେଉଛି ଭଗବାନ ଶିବଙ୍କର ପ୍ରିୟ ଦିନ । ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଭଗବାନ ପ୍ରଶନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସୋମବାର ଦିନ କ’ଣ କରିବା ଉଚିତ୍ ।
– ସୋମବାର ଦିନ ଭଗବାନ ଶିବଙ୍କୁ ଘରେ ହେଉ କିମ୍ବା ମନ୍ଦିରରେ ଖିର ଏବଂ ମିଶିରି ଚଢନ୍ତୁ ।
– ଭଗବାନ ଶିବଙ୍କର ବେଲପତ୍ର ପ୍ରିୟ ଅଟେ । ପ୍ରତ୍ୟେକ ସୋମବାର ୧୧ଟି ଲେଖାଏଁ ବେଲପତ୍ର ଚଢାନ୍ତୁ ।
– ଏହି ଦିନ ଗଙ୍ଗାଜଳରେ ଭଗବାନ ଶିବଙ୍କୁ ଅଭିଶେଖ କରନ୍ତୁ । ଏହାଦ୍ୱାରା ଚମତ୍କାର ହୋଇଥାଏ ।
– ଓଁ ନମଃ ଶିବାୟ ଜପ କରିବା ସହ ଫଳ ଭୋଗ ଲଗାନ୍ତୁ ।