ମୁମ୍ବାଇ (ଏଟିଆର ବ୍ୟୁରୋ):ହାତୀ ନାମରେ ଜଣାଶୁଣା ମଶହୂର କଳାକାର କବି କୁମାର ଆଜାଦଙ୍କ ଆଜି ପରଲୋକ ହୋଇଛି । ଲୋକପ୍ରିୟ ଧାରାବାହିକ ‘ତାରକ୍ ମେହତା କା ଓଲଟା ଚଷମା’ରେ ତାଙ୍କୁ ହାତୀ ନାମରେ ଜାଣୁଥିଲେ ଦର୍ଶକ । ଏହି ସୋ’ରେ ଦୀର୍ଘଦିନ ଧରି ଯୋଡି ହୋଇ ରହିଥିଲେ ଡ. ହାତୀ । ଏବଂ ଖୁବ ଭଲ ଅଭିନୟ କରୁଥିଲେ । ହେଲେ ଆଜି ତାଙ୍କର ପରଲୋକ ଘଟିଛି ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ମୀରା ରୋଡ ନିକଟସ୍ଥ ୱାର୍କହାଟ ହସ୍ପିଟାଲରେ ସେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ହୃଦ ଯନ୍ତ୍ରଣାରେ ପଡିବା ବେଳେ ସେ ଘରେ ଥିଲେ । ଏବଂ ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏବଂ ତାରକ୍ ମେହତା ର ସୁଟିଂ ମଧ୍ୟ କ୍ୟାନସେଲ କରି ଦିଆଯାଇଥିବା ସୂଚନା ମିଳିଛି ।