ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୋମବାର ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧି ବିଧାନର ସହ ଶିବ ଭଗବାନଙ୍କୁ ପୂଜା କରାଯାଇଥାଏ । କୁଅାଁରୀ କନ୍ୟାମାନେ ଭଲ ଜୀବନସାଥୀ ପାଇବା ପାଇଁ ଏହିଦିନ ବ୍ରତ କରିଥାନ୍ତି । ସେହିପରି ଜ୍ୟୋତିଷ ଶାସ୍ତ୍ରରେ ଶିବଙ୍କ ସହ ଜଡିତ ଅନେକ ଉପାୟ ବର୍ଣ୍ଣିତ ଅଛି । ଏହାକୁ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା
ଯେଉଁ ବ୍ୟକ୍ତିଙ୍କ ବିବାହ ବିଳମ୍ବ ହେଉଛି , ସେମାନଙ୍କୁ ସୋମବାର ଶିବଲିଙ୍ଗରେ କେସର ମିଶ୍ରିତ ଜଳ ଜଢାଇବା ଉଚିତ୍ । ଏହାଦ୍ୱାରା ଖୁବ୍ ଶୀଘ୍ର ଶିବ ପ୍ରସନ୍ନ ହୋଇଥାନ୍ତି ।
ଯଦି ନିଜ ମନପସନ୍ଦର ଜୀବନ ସାଥୀ ଚାହୁଁଛନ୍ତି ତେବେ ରାମଚରିତ ମାନସରେ ଶିବ-ପାର୍ବତୀ ବିବାହ ପ୍ରସଙ୍ଗ ସୋମବାର ପଢନ୍ତୁ । ଏହାସହିତ ମନପସନ୍ଦର ଜୀବନସାଥୀ କାମନା କରନ୍ତୁ । ଖୁବ୍ ଶୀଘ୍ର ଶିବ ପ୍ରସନ୍ନ ହୋଇ ମନସ୍କାମନା ପୁରଣ କରିବେ ।
ସୋମବାର ଶିବ ମନ୍ଦିର ଯାଇ ୫ଟି ଫଳ ରସରେ ଭଗବାନ ଶିବଙ୍କୁ ଅଭିଶେକ କରନ୍ତୁ । ମାନ୍ୟତା ରହିଛି ଏଭଳି କରିବା ଦ୍ୱାରା ଶୀଘ୍ର ବିବାହ ଯୋଗ ଫିଟିବା ସଂ ସଙ୍କଟ ଦୂର ହୋଇଥାଏ ।
ଭଗବାନ ଶିବଙ୍କ ମନ୍ତ୍ର ଓଁ ନମଃ ଶିବାୟ ପ୍ରତ୍ୟେକ ସୋମବାର ଜପନ୍ତୁ । ଏହାଦ୍ୱାରା ସମସ୍ୟାରୁ ମୁକ୍ତି ମିଳିବ ।