ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫ୍ୟାନ୍ସମାନଙ୍କ ପାଇଁ ଖୁସୀ ଖବର । ସମସ୍ତ ସସପେନ୍ସରୁ ହଟିଛି ପରଦା । ତେଲୁଗୁ ଷ୍ଟାର ନିଖିଲ ସିଦ୍ଧାର୍ଥଙ୍କ ପରବର୍ତ୍ତି ଚଳଚିତ୍ର ବିଷୟରେ ଘୋଷଣା କରିଛନ୍ତି ଆରଆରଆର ତାରକା ରାମ ଚରଣ । ନିଖିଲ ସିଦ୍ଧାର୍ଥ ମଧ୍ୟ ଅପକମିଂ ଫିଲ୍ମ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ରାମଚରଣ କେବଳ ଏହି ଚଳଚ୍ଚିତ୍ରଟି ଉପସ୍ଥାପନା କରୁଛନ୍ତି କିନ୍ତୁ ଏଥିରେ ମୁଖ୍ୟ ତାରକା ହେଉଛନ୍ତି ନିଖିଲ ।
ରାମ ଚରଣ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି କି, ‘ଆମର ମହାନ ସ୍ୱାଧୀନତା ସଂଗ୍ରାମୀ’ ଭିର ସାବରକାର ଗାରୁଙ୍କ ୧୪୦ତମ ଜନ୍ମବାର୍ଷିକ ଅବସରରେ ଆମେ ଆମର ପରବର୍ତ୍ତି ପାନ୍ ଇଣ୍ଡିଆ ରିଲିଜ୍ ଫିଲ୍ମ ‘ଦି ଇଣ୍ଡିଆ ହାଉସ’ ଘୋଷଣା କରୁଛୁ । ଯାହା ନିଖିଲ ସିଦ୍ଧାର୍ଥ, ଅନୁପମ ଖେର ଏବଂ ନିର୍ଦ୍ଦେଶକ ରାମ ଭାମସି କୃଷ୍ଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି ।