ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୀବନରେ ସଫଳତା ଏବଂ ପ୍ରତିଷ୍ଠାର କାରକ ହେଉଛନ୍ତି ସୂର୍ଯ୍ୟ ଦେବତା । ତାଙ୍କ ବିନା ପ୍ରକାଶରେ ଜୀବନ ଅସମ୍ଭବ । କୁହାଯାଏ କି ଯଦି କୌଣସି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଠିକ୍ ଥାଏ ତେବେ ସେହି ବ୍ୟକ୍ତିର ମାନ ,ସମ୍ମାନ, ଯଶ ,କିର୍ତ୍ତି ଏବଂ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥାଏ ତେବେ ସେହି ବ୍ୟକ୍ତିଙ୍କୁ ହୃଦ୍ ସମ୍ବନ୍ଧୀୟ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ଏହାସହିତ ପ୍ରତ୍ୟେକ କାର୍ଯ୍ୟରେ ନରାଶ ହେବା ସହ ମାନ,ସମ୍ମାନ ହାନି ହୋଇଥାଏ । ଯଦି ଆପଣ ବି ଏଭଳି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କୁ ସୂର୍ଯ୍ୟ ଦେବତାଙ୍କ ସହ ସମ୍ବନ୍ଧିତ କିଛି ସହଜ ଉପାୟ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣଙ୍କର ଖରାପ ସମୟ ଦୂର ହୋଇଯିବ । ଆପଣଙ୍କୁ ସୂର୍ଯ୍ୟ ଦେବତାଙ୍କ ସାମ୍ନାରେ ୪ଟି ଭିନ୍ନ ଭିନ୍ନ ତେଲରେ ଦୀପ ଜଳାଇ ଏକ ମନ୍ତ୍ର ପାଠ କରିବାକୁ ହେବ । ଫଳରେ ଆପଣଙ୍କ ଦୁର୍ଭାଗ୍ୟ ଦୂର ହେବା ସହ ଧନ ଲାଭ ଏବଂ ସୌଭାଗ୍ୟ ପ୍ରାପ୍ତି ମଧ୍ୟ ହେବ ।
– ଯଦି ଆପଣ ଦୁର୍ଭାଗ୍ୟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟ ଦେବତାଙ୍କ ସାମ୍ନାରେ ମହୁଲି ତେଲର ଦୀପ ଜଳାନ୍ତୁ ।
– ଯଦି ଆପଣ ସମସ୍ତ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଘିଅ ଦୀପ ଜଳାନ୍ତୁ ।
– ଏହାବ୍ୟତୀତ ଆପଣଙ୍କ ଜୀବନରେ ଘଟୁଥିବା ସମସ୍ୟାକୁ ଦୂର କରିବାକୁ ହେଲେ କଳାଜିରା ତେଲରେ ଭଗବାନ ସୂର୍ଯ୍ୟଙ୍କ ସାମ୍ନାରେ ଦୀପ ଜଳାନ୍ତୁ ।
– ଶତୃ ବିନାଶ ପାଇଁ ସୂର୍ଯ୍ୟ ଦେବତାଙ୍କ ସାମ୍ନାରେ ସୋରିଶ ତେଲ ଦୀପ ଜଳାନ୍ତୁ ।
ଆପଣ ସକାଳୁ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ ।