ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ନର୍ମଦା ଜୟନ୍ତି ପାଳନ କରାଯାଇଥାଏ । ଏହିଦିନ ସମସ୍ତ ଭକ୍ତ ମା ନର୍ମଦା ନଦୀଙ୍କ ପୂଜା କରିଥାନ୍ତି । କୁହାଯାଏ କି ମା ନର୍ମଦା ସମସ୍ତଙ୍କ ଜୀବନରେ ଶାନ୍ତି ଏବଂ ସମୃଦ୍ଧି ଆଣିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମା ନର୍ମଦା ସର୍ବଦା କୁଆଁରୀ ରହିବାର ପ୍ରଣ ନେଇଥିଲେ । ତେବେ ମା ନର୍ମଦାଙ୍କ ଜୟନ୍ତି ଅବସରରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କାହିଁକି ସେ କୁଆଁରୀ ହୋଇ ରହିବାର ପ୍ରଣ ନେଇଥିଲେ । ଏହା ପଛରେ କଣ ରହିଛି କାରଣ ।
ଏକ କଥାନୁସାରେ ରାଜା ମୌଖଲଙ୍କ ପୁତ୍ରୀ ନର୍ମଦାଙ୍କୁ ରେବା ନାମରେ ଜଣାଯାଇଥାଏ । ରାଜା ତାଙ୍କ ପୁତ୍ରୀଙ୍କ ବିବାହ ପାଇଁ ଏକ ସର୍ତ ରଖିଥିଲେ କି ଯେଉଁ ରାଜକୁମାର ଗୁଲବକାଭଲି ଫୁଲ ନେଇ ତାଙ୍କ ପୁତ୍ରୀଙ୍କୁ ଦେବେ ତାଙ୍କ ସହିତ ବିବାହ ପ୍ରସ୍ତୁତ ହେବ । ସେହିପରି ନର୍ମଦାଙ୍କୁ ବିବାହ କରିବାର ସୁଯୋଗ ସୋନଭଦ୍ର ନାମକ ଜଣେ ରାଜକୁମାରଙ୍କୁ ମିଳିଲା ଯିଏ ନର୍ମଦାଙ୍କ ପାଇଁ ସେହି ପୁଷ୍ପ ଆଣିଥିଲେ । ବିବାହ ପାଇଁ କିଛି ସମୟ ବାକି ଥିଲା କିନ୍ତୁ ରାଜକୁମାରୀ ନର୍ମଦା ପୂର୍ବରୁ କେବେ ବି ରାଜକୁମାରୀ ସୋନଭଦ୍ରଙ୍କୁ ଦେଖିନଥିବାରୁ ସେ ତାଙ୍କ ଦାସୀ ଜୁହିଲାଙ୍କ ସହିତ ରାଜକୁମାରଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ । ସେପଟେ ଦାସୀ ଜୁହିଲା ରାଜକୁମାରୀଙ୍କ ବସ୍ତ୍ର ଏବଂ ଗହଣା ପିନ୍ଧି ସୋନଭଦ୍ରଙ୍କ ନିକଟକୁ ଯାଇଥିଲେ ।
ସେଠାରେ ସେ ପହଁଚି ରାଜକୁମାରଙ୍କୁ ନଜେ ଦାସୀ ବୋଲି ପରିଚୟ ଦେଇନଥିଲେ । ମାତ୍ର ସେହି ଦାସୀକୁ ରାଜକୁମାର ସୋନଭଦ୍ର ରାଜକୁମାରୀ ଭାବେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । କିନ୍ତୁ କିଛି ସମୟ ବିତିବା ପରେ ଯେତେବେଳେ ଦାସୀ ଜୁହିଲା ଫେରିନଥିଲେ ତାପରେ ସ୍ୱୟ ରାଜକୁମାରୀ ନର୍ମଦା, ସୋନଭଦ୍ରଙ୍କୁ ଭେଟିବା ପାଇଁ ଯାଇଥିଲେ । ମାତ୍ର ସେଠାରେ ପହଁଚି ଜୁହିଲା ଏବଂ ସୋନଭଦ୍ରଙ୍କୁ ଏକାଠି ଦେଖିବାକୁ ପାଇଥିଲେ ରାଜକୁମାରୀ । ସେହି ଦୃଶ୍ୟକୁ ଦେଖି ନର୍ମଦା କ୍ରୋଧିତ ହୋଇଗଲେ ଏବଂ ଏହାପରେ ସେ ତୁରନ୍ତ ବିପରୀତ ଦିଗକୁ ଚାଲିଗଲେ ଆଉ କେବେ ବି ଫେରିଲେନି । ପରେ ସେ ବଙ୍ଗଳା ସାଗର ବଦଳରେ ଆରବ ସାଗରରେ ଯାଇ ମିଶିଗଲେ ଏବଂ ପ୍ରତିଜ୍ଞା କଲେ କି ସେ କେବେ ବି ବିବାହ କରିବେ ନାହିଁ । ସବୁଦିନ ପାଇଁ କୁଆଁରୀ ହୋଇ ରହିବେ ।