ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ଦ୍ୱାରା ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧି ଏବଂ ଧନ ପ୍ରାପ୍ତି ହୋଇଥାଏ । ମା ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ବ୍ୟକ୍ତି ଅନେକ ପ୍ରକାରର ଉପାୟ କରିଥାନ୍ତି । ପୂଜା ପାଠ ବ୍ରତ ଆଦି ରଖିଥାନ୍ତି । ସେହିପରି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ତାଙ୍କ ପ୍ରିୟ ଜିନିଷ ଭୋଗରେ ଲଗାଇବା ଦ୍ୱାରା ଖୁବ୍ ଶୀଘ୍ର ମା’ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା..
ଖୀରି ଏବଂ ମିଶିରି: ଧନ ଦେବୀ ମାତା ଲକ୍ଷ୍ମୀଙ୍କୁ ଧଳା ରଙ୍ଗର ଜିନିଷ ଖୁବ୍ ପସନ୍ଦ । ସେଥିପାଇଁ ଶୁକ୍ରବାର ଦିନ ମାଙ୍କୁ ଖୀର ଓ ଚାଉଳରେ ତିଆରି ଖିରୀ ଭୋଗ ଲଗାନ୍ତୁ । ଏହାବ୍ୟତିତ ମାଙ୍କୁ ମିଶିରି ଭୋଗ ମଧ୍ୟ ଲଗାଇ ପାରିବେ । ମାଙ୍କଠାରେ ଖିରୀ ଓ ମିଶିରି ଭୋଗ ଲଗାଇବା ପରେ ସେହି ପ୍ରସାଦକୁ ୭ ବର୍ଷରୁ କମ ବୟସର କନ୍ୟାକୁ ଭୋଜନ କରାନ୍ତୁ ।
ଶୁକ୍ରବାର କରନ୍ତୁ ଏହି ଉପାୟ:
ମା ଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଶୁକ୍ରବାର ଦିନ ଲକ୍ଷ୍ମୀ ମନ୍ତ୍ର ‘ଓଁ ଶ୍ରୀଂ ଶ୍ରୀୟେ ନମଃ’ ୧୦୮ ଥର ଜପନ୍ତୁ ।
ଶୁକ୍ରବାର ଦିନ ଦକ୍ଷୀଣାବର୍ତ୍ତି ଶଙ୍ଖରେ ଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଅଭିଶେକ କରିବା ଦ୍ୱାରା ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ମା ଲକ୍ଷ୍ମୀ ।
ଶୁକ୍ରବାର ସନ୍ଧ୍ୟାରେ ଗାଇ ଘିଅରେ ଦୀପ ଜଳାନ୍ତୁ ।
ଶୁକ୍ରବାର ଦିନ ଗରିବ ଲୋକଙ୍କୁ ଧଳା ରଙ୍ଗର କପଡା ଓ ଚାଉଳ ଦାନ କରନ୍ତୁ ।