ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବାପ ଘରେ ମା ବୁଢୀ ଠାକୁରାଣୀ । ଅସ୍ଥାୟୀ ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ସମଗ୍ର ଅଞ୍ଚଳ । ଶଙ୍ଖ, ମହୁରୀ, ବାଜା, ଢୋଲ ଶବ୍ଧରେ ପ୍ରକମ୍ପିତ ହେଉଛି ଅଞ୍ଚଳ ।
ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଯାତ୍ରା କେଉଁ ଆବାହନ କାଳରୁ ରହି ଆସିଛି । ବିଶ୍ୱାସ ରହିଛି କି,ଅସ୍ଥାୟୀ ମନ୍ଦିରରେ ମା ବୁଢୀଠାକୁରାଣୀଙ୍କ ଦର୍ଶନ କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।