ଅନୁଗୁଳ (ଏଟିଆର ବ୍ୟୁରୋ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କର ଆଜିଠୁ ଆରମ୍ଭ ଯାତ୍ରା । ନବଦିନ ବ୍ୟାପି ଚାଲିବ ମା’ଙ୍କର ଏହି ଯାତ୍ରା । ଏନେଇ ଚଳଚଞ୍ଚଳ ହୋଇଛି ଗୋପାଳପ୍ରସାଦ ପୀଠ । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ମନ୍ଦିର ।
ବର୍ଷକୁ ଥରେ ଅଗ୍ନି ରୂପେରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମା ହିଙ୍ଗୁଳା । ବିଶ୍ୱାସ ରହିଛି କି ମା’ଙ୍କର ଏହି ଅଗ୍ନି ରୂପକୁ ଦର୍ଶନ କଲେ ପରିବାରର ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ମା’ଙ୍କ ଦର୍ଶନ କରିବା ପାଇଁ ଲାଗି ଭକ୍ତଙ୍କ ଭିଡ ।