ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ତାଙ୍କ କୃପାରୁ ବ୍ୟକ୍ତିଙ୍କୁ ଜୀବନରେ ଧନ-ଧାନ୍ୟ ପ୍ରାପ୍ତି ହୋଇଥାଏ । ମାତା ଲକ୍ଷ୍ମୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ପ୍ରିୟା । ସେଥିପାଇଁ ମା ସର୍ବଦା ବିଷ୍ଣୁ ଭଗବାନଙ୍କ ସହ ବୈକୁଣ୍ଠଧାମରେ ବିରାଜିତ ହୋଇଥାନ୍ତି । ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଉଭୟ ପରିପୂରକ । ଗୋଟେପଟେ ବିଷ୍ଣୁଙ୍କ ସୃଷ୍ଟିର ପାଳନକର୍ତ୍ତା କୁହାଯାଉଥିବା ବେଳେ ଅନ୍ୟପଟେ ମା ଲକ୍ଷ୍ମୀ ହେଉଛନ୍ତି ସୃଷ୍ଟିର ସଂଚାଳକ । ଯେଉଁ ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ । ସେ ସଂସାରର ସମସ୍ତ ସୁଖ ପ୍ରାପ୍ତ କରିଥାନ୍ତି । ଅନେକ ଫଟୋରେ ଦେଖିବାକୁ ମିଳିଥାଏ କି ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ଚରଣ ନିକଟରେ ବସିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଧନ ଦେବୀ ହେବା ସତ୍ୱେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୂଙ୍କ ଚରଣ ନିକଟରେ କାହିଁକି ବସନ୍ତି । ତେବେ ଆସନ୍ତୁ ଜାଣିବା..
ପୌରାଣିକ ମାନ୍ୟତାନୁସାରେ ଥରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଦର୍ଶକ କରିବା ଲାଗି ପହଁଚିଲେ ଦେବର୍ଷି ନାରଦ । ଭଗବାନ ବିଷ୍ଣୁ ନିଦ୍ରାରେ ଥିବା ଯୋଗୁଁ ପ୍ରତିକ୍ଷା କରିବା ଉଚିତ୍ ମନେକଲେ ନାରଦ । ସେତେବେଳେ ନାରଦ ଦେଖିଲେ କି ବିଷ୍ଣୁଙ୍କ ଚରଣ ନିକଟରେ ବସିଛନ୍ତି ମା ଲକ୍ଷ୍ମୀ । ଏହାକୁ ଦେଖି ନାରଦଙ୍କ ମନରେ ପ୍ରଶ୍ନ ଆସିଲା କି ମା ଲକ୍ଷ୍ମୀ ସର୍ବଦା କାହିଁକି ବିଷ୍ଣୁଙ୍କ ଚରଣରେ ବସନ୍ତି । ଏହାପରେ ନାରଦ ମୁନୀ ନିଜକୁ ସମ୍ଭାଳି ନପାରି ମା ଲକ୍ଷ୍ମୀକୁ ଏ ବିଷୟରେ ପଚାରିଦେଲେ ।
ନାରଦଙ୍କ ପ୍ରଶ୍ନର ଯବାବ ରେ ମା ଲକ୍ଷ୍ମୀ କହିଲେ କି, ସ୍ତ୍ରୀର ହାତରେ ଦେବ ଗୁରୁ ବୃହସ୍ପତି ବାସ କରିଥାନ୍ତି ଏବଂ ପୁରୁଷଙ୍କ ଚରଣରେ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ । ସେହିପରି ମା ଲକ୍ଷ୍ମୀ ଯେତେବେଳେ ବିଷ୍ଣୁଙ୍କ ଚରଣ ନିକଟରେ ବସନ୍ତି ଏହାଦ୍ୱାରା ଶୁଭତା ସଂଚାର ହୁଏ ଏବଂ ଧନର ଆଗମନ ହୁଏ । ସେଥିପାଇଁ ମା ଲକ୍ଷ୍ମୀ ବିଷ୍ଣୁଙ୍କ ଚରଣ ନିକଟରେ ବସିବା ସହ ତାଙ୍କ ଚରଣ ମଧ୍ୟ ଦାବି ଥାନ୍ତି । ଯେତେବେଳେ ସ୍ତ୍ରୀ ପୁରୁଷଙ୍କ ଚରଣ ସ୍ପର୍ଶ କରନ୍ତି ସେତେବେଳେ ଦେବତା ଏବଂ ଦାନବଙ୍କର ମିଳନ ହୋଇଥାଏ ଏବଂ ଏହାଦ୍ୱାରା ଧନ ଲାଭ ହୋଇଥାଏ ।