ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୫ ଦିନ ରଥ ଯାତ୍ରା ସାରି ଏବେ ମନ୍ଦିର ଫେରିଛନ୍ତି ପ୍ରଭୁ ଲିଙ୍ଗରାଜ । ରଥଖଳାରେ ଲାଗିଛି ରୁକୁଣା ରଥ । ଆଜି ସ୍ୱର୍ଣ୍ଣାଦି ବିଜେ କରିବେ ପ୍ରଭୁ ଲିଙ୍ଗରାଜ ।
ଅଶୋକାଷ୍ଟମୀରେ ରଥାରୁଢ ହୋଇ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ପ୍ରଭୁ ଲିଙ୍ଗରାଜ । ସୋମବାର ରଥଖଳାକୁ ଫେରିଛି ରଥ । କିନ୍ତୁ ୬ ଦିନ ହୋଇଥିବାରୁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ସ୍ୱର୍ଣ୍ଣାଦି ବିଜେ ନୀତି ।