ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ସେଥିପାଇଁ ଆବଶ୍ୟକତାନୁଯାୟୀ ବ୍ୟକ୍ତି ପରିଶ୍ରମ କରି ଟଙ୍କା ରୋଜଗାର କରେ । ସବୁଠୁ ବଡ ଫରକ ହେଉଛି କାହା ପାଖରେ ଟଙ୍କା ରୁହେ ତ ଆଉ କାହା ପାଖରେ ରୁହେନାହିଁ । ଆଜ୍ଞା ହଁ ବେଳେ ବେଳେ ପୂରା ପର୍ସ ଖାଲି ହୋଇଯାଇଥାଏ । ଏହି ସ୍ଥିତିରେ ପର୍ସରେ ଟଙ୍କା ରହିବାକୁ ହେଲେ ମା’ ଲକ୍ଷ୍ମୀଙ୍କର କୃପା ହେବା ନିହାତି ଆବଶ୍ୟକ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣଙ୍କ ପର୍ସରେ ରଖିବା ଦ୍ୱାରା ପର୍ସରେ ଟଙ୍କା ସର୍ବଦା ଭରପୁର ହୋଇ ରହିବ ।
ମା’ ଲକ୍ଷ୍ମୀଙ୍କ ଫଟୋ: ଯେକୌଣସି ଜାତକର ବ୍ୟକ୍ତିଙ୍କ ପର୍ସରେ ଯଦି ମା ଲକ୍ଷ୍ମୀଙ୍କ ଫଟୋ ରହିବ ତେବେ କଦାପି ଟଙ୍କାର ଅଭାବ ହେବ ନାହିଁ ।
ବର ଏବଂ ତୁଳସୀ ପତ୍ର: ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ହେଉଛି ବର ଏବଂ ତୁଳସୀ ପତ୍ର । ବାସ୍ତୁ ଶାସ୍ତ୍ରାନୁଯାୟୀ ସର୍ବଦା ପର୍ସରେ ବରପତ୍ର ରଖିବା ଉଚିତ୍ । ତୁଳସୀର ଶୁଖିଲା ପତ୍ର ବି ଲାଭଦାୟକ ହୋଇଥାଏ ।
ଲାଲ ରଙ୍ଗର କାଗଜ: ଏହି ରଙ୍ଗର କାଗଜକୁ ପର୍ସରେ ରଖିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ କେବଳ ଏକ ଲାଲ ରଙ୍ଗର କାଗଜ ଆବଶ୍ୟକ, ଏହି କାଗଜରେ ଆପଣ ନିଜର ଇଚ୍ଛା ଲେଖି ରେଶମ ସୂତାରେ ବାନ୍ଧି ଏହାକୁ ଆପଣଙ୍କ ପର୍ସରେ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ମନସ୍କାମନା ପୂରଣ ହୁଏ ।
ଚାଉଳ: ଶାସ୍ତ୍ରରେ ଚାଉଳ ଏବଂ ଧନ ଦୁଇଟି ଯାକ ସାମନ । ସେଥିପାଇଁ ଚାଉଳର ଦୁଇଟି ଦାନା ପର୍ସରେ ରଖିବା ଦ୍ୱାରା ଅଯଥା ଖର୍ଚ୍ଚ କମ ହୋଇଥାଏ । ଏହାସହିତ ଧନ ବୃଦ୍ଧି ହୋଇଥାଏ ।
ରୂପା କଏନ୍: ଏହି ରୂପାର କଏନ୍ କୁ ପର୍ସରେ ରଖିବା ଦ୍ୱାରା ଧନ ଲାଭ ହୋଇଥାଏ । ଚାନ୍ଦି ହେଉ ଅବା ସୁନା ଯେକୌଣସି କଏନ୍ କୁ ପର୍ସରେ ରଖିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଧନ ବର୍ଷା କରିଥାନ୍ତି । ଧ୍ୟାନ ରଖନ୍ତୁ କି ଏହି କଏନ୍ କୁ ପର୍ସରେ ରଖିବା ପୂର୍ବରୁ ପ୍ରଥମେ ମା’ ଲକ୍ଷ୍ମୀଙ୍କ ଚରଣ ସ୍ପର୍ଶ କରାନ୍ତୁ ।
ରୁଦ୍ରାକ୍ଷ: ଯଦି ଆପଣଙ୍କ ପର୍ସରେ ରୁଦ୍ରାକ୍ଷ ରଖୁଛନ୍ତି ତେବେ ଏହାଦ୍ୱାରା ଦାରିଦ୍ର୍ୟତା ଦୂର ହେବା ସହ ଧନ ବୃଦ୍ଧି ହୋଇଥାଏ । ଗୁରୁଜନଙ୍କ ଠାରୁ ମିଳିଥିବା ଟଙ୍କାକୁ ହଳଦୀ ଲଗାଇ ସର୍ବଦା ନିଜ ପାଖରେ ରଖନ୍ତୁ । ଏହାଦ୍ୱାରା ଧନ ଲାଭ ହୋଇଥାଏ ।