ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କଥା କଥାରେ କ୍ରୋଧିତ ହେବା ସହ ଅପଶବ୍ଧ ବ୍ୟବହାର କରିଥାନ୍ତି । ଯାହାଫଳରେ ସେମାନଙ୍କର ଅନେକ କାର୍ଯ୍ୟରେ ବାଧା ଉପୁଜି ଥାଏ । କୁହାଯାଏ ଯେଉଁ ବ୍ୟକ୍ତି ସର୍ବଦା କ୍ରୋଧିତ ଥାନ୍ତି ସେମାନଙ୍କୁ ନର୍କରେ ଜାଗା ମିଳିଥାଏ । ଏହାସହିତ ସବୁଠାରୁ ବଡ କଥା ହେଉଛି ସର୍ବଦା କ୍ରୋଧିତ ହେବା ଏବଂ ମନରେ ନକରାତ୍ମକ ଭାବନା ସୃଷ୍ଟି କରିବା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୋଷ ପ୍ରକାଶ କରିଥାନ୍ତି ।
ଶାସ୍ତ୍ର ଏବଂ ସାଧୁ-ସନ୍ଥକୁ ଅନାଦର କରିବା:-
ଯେଉଁ ବ୍ୟକ୍ତି ଜାଣି ଶୁଣି ଶାସ୍ତ୍ର ଏବଂ ସାଧୁ-ସନ୍ଥଙ୍କୁ ଅନାଦର କରିଥାନ୍ତି । ସେଭଳି ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀ କୃପା କରିନଥାନ୍ତି ।
ସୂର୍ଯ୍ୟଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା:-
ଯେଉଁ ବ୍ୟକ୍ତି ସୂର୍ଯ୍ୟଦୟ ହେବା ପରେ ବି ବିଳମ୍ବିତ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି ଏବଂ ସୂର୍ଯ୍ୟାସ୍ତ ସମୟରେ ବି ଶୋଇ ରହିଥାନ୍ତି । ସେହି ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।
ପ୍ରାତଃ ଏବଂ ସନ୍ଧ୍ୟା ସମୟରେ ଘରେ ଦୀପ ନଜଳାଇବା: ଯେଉଁ ଘର ମାନଙ୍କରେ ସକାଳ ଏବଂ ସନ୍ଧ୍ୟାରେ ଦୀପ ଜଳା ଯାଏ ନାହିଁ, ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏଭଳି ବ୍ୟକ୍ତିଙ୍କ ଘରେ ସୁଖ ଓ ସମୃଦ୍ଧି ଦୂର ହୋଇଥାଏ ।
ଘର ସଫା ସୁତୁରା ନ ରହିବା:
ମା’ ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି, ଯେଉଁ ଘର ସର୍ବଦା ସଫା ସୁତୁରା ହୋଇ ରହିଥାଏ । ମାତ୍ର ଯେଉଁ ଘର ଅଳିଆ ଆବର୍ଜନା ହୋଇ ପଡି ରହିଥାଏ, ସେଠାରେ କଦାପି ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ ।