ସମ୍ବଲପୁର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଆସନ୍ତାକାଲିଠୁ ମେ ୧୯ ତାରିଖ ଯାଏଁ ବନ୍ଦ ରହିବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠ । କେବଳ ମନ୍ଦିରରେ ମାଙ୍କର ରୀତିନୀତି ଚାଲିବ ।
ମେ ୫ ରୁ ମେ ୧୯ ପର୍ଯ୍ୟନ୍ତ କୌଣସି ଭକ୍ତଙ୍କ ମନ୍ଦିର ଯିବାକୁ ଅନୁମତି ନାହିଁ । କରୋନ ସଂକମ୍ରଣ ବୃଦ୍ଧିକୁ ନଜରରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
କରୋନା ପାଇଁ ମନ୍ଦିର ଭିରକୁ କେବଳ ୫ ଜଣ ଲେଖାଁଏ ଭକ୍ତଙ୍କୁ ଛଡା ଯାଉଥିଲା ଏବଂ ୬ ଥର ବିଶୋଧନ କରାଯାଉଥିଲା । କିନ୍ତୁ ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ କରାଯିବାର ନିଷ୍ପତି ନିଆଯାଇଛି ।