ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ପବିତ୍ର ନବରାତ୍ରୀ ପାଳନ କରାଯାଉଛି । ନବରାତ୍ରୀର ନଅ ଦିନ ଯାକ ମାତା ସିଦ୍ଧିଦାତ୍ରୀଙ୍କ ଆରାଧନା କରାଯାଇଥାଏ । ମାତା ତାଙ୍କ ଭକ୍ତଙ୍କୁ ସମସ୍ତ ପ୍ରକାରର ସିଦ୍ଧି ପ୍ରଦାନ କରିଥାନ୍ତି ।
ଏହିଦିନ ମା ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରୀର ସମାପନ ହୋଇଥାଏ । ଭଗବାନ ଶିବଙ୍କୁ ଶକ୍ତି ପ୍ରଦାନ କରିବା ଯୋଗୁଁ ମାତା ଭଗବତୀଙ୍କ ନାମ ସିଦ୍ଧିଦାତ୍ରୀ ରହିଛି । ମାତା ରାଣୀଙ୍କ କୃପା ଦ୍ୱାରା ହିଁ ଭଗବାନ ଶିବଙ୍କ ଅଧାଶରୀର ଦେବୀଙ୍କ ଭଳି ହୋଇଛି । ସେଥିପାଇଁ ତାଙ୍କୁ ଅର୍ଦ୍ଧେନାରେଶ୍ୱର ବୋଲି କୁହାଯାଏ । ତେବେ ଆଜି ଆଜି ଆମେ ଆପଣଙ୍କୁ ମା ସିଦ୍ଧିିଦାତ୍ରୀଙ୍କ ପୂଜା କରିବାର ଲାଭ ଏବଂ ମହତ୍ୱ ବିଷୟରେ କହିବାକୁ ଯାଉଛୁ ।
ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ଜ୍ଞାନ ପ୍ରାପ୍ତ ହୋଇଥାଏ । ମାଙ୍କୁ ଆରାଧନା କରିବା ଦ୍ୱାରା ସଙ୍କଟରୁ ମୁକ୍ତି ମିଳିଥାଏ । ଏହାସହିତ ମୃତ୍ୟୁର ଭୟରୁ ମୁକ୍ତି ମିଳିଥାଏ । ସେଥିପାଇଁ ମା’ଙ୍କ ପୂଜାରେ ହାଲୁକା ବାଇଗଣୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହା ଶୁଭ ହୋଇଥାଏ । ମା ସିଦ୍ଧିଦାତ୍ରୀଙ୍କ ପୂଜାରେ ୯ ପ୍ରକାରର ଫଳ ଏବଂ ଫୁଲ ଅର୍ପଣ କରିବାର ବିଧି ରହିଛି । ମାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କୃପା ଲାଭ ହେବା ସହ ମନସ୍କାମନା ପୁରଣ ହୋଇଥାଏ ।