ଆଜି ହେଉଛି ପବିତ୍ର ମହାଶିବରାତ୍ର । ଏହି ଅବସରରେ ଏଟିଆର ମିଡିଆର ସ୍ୱତନ୍ତ୍ର ଅଧ୍ୟାୟ ‘ଶିବ କଥା’ରେ ଆମେ ଆପଣଙ୍କୁ ଜଣାଇବୁ ଶିବଲିଙ୍ଗର ରହସ୍ୟ ଏବଂ କାହିଁକି ପାଳନ କରାଯାଏ ମହାଶିବରାତ୍ରୀ ।
ଫାଲଗୁନ୍ କୃଷ୍ଣ ଚର୍ତୁଦଶୀ ରାତ୍ରିରେ ଆଦିଦେବ ଭଗବାନ ଶିବ, କୋଟି ସୂର୍ଯ୍ୟ ସମାନ ପ୍ରଭାବ ଯୁକ୍ତ ଜ୍ୟୋର୍ତିଲିଙ୍ଗ ରୂପେ ପ୍ରକଟ ହୋଇଥିଲେ । ସେଥିପାଇଁ ପ୍ରତ୍ୟେକ ବର୍ଷ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚର୍ତୁଦଶୀକୁ ମହାପର୍ବ ରୂପେ ପାଳନ କରାଯାଏ । ମହାଶିବରାତ୍ରୀ ହେଉଛି ସେହି ମହାରାତ୍ରି, ଯାହାର ଘନିଷ୍ଠ ସମ୍ବନ୍ଧ ଶିବ ତତ୍ୱ ସହ ରହିଛି । ଏହି ପର୍ବ ଶିବଙ୍କ ଦିବ୍ୟ ଅବତରଣର ମଙ୍ଗଳ ସୂଚକ ପର୍ବ । ତାଙ୍କର ନିରାକାରରୁ ସାକାର ରପେ ଅବତରଣ ରାତ୍ରୀଙ୍କୁ ମହାଶିବରାତ୍ରୀ କୁହାଯାଏ । ସେ ଆମକୁ କାମ, କ୍ରୋଧ, ଲୋଭ, ମୋହ, ଆଦିରୁ ମୁକ୍ତି କରି ସୁଖ ଶାନ୍ତି ଏବଂ ଐଶ୍ଚର୍ଯ୍ୟ ପ୍ରଦାନ କରିଥାନ୍ତି ।
ଶିବପୁରାଣ ଅନୁସାରେ, ଭଗବାନ ଶିବଙ୍କ ନିରାକାର ସ୍ୱରୂପର ପ୍ରତୀକ ‘ଲିଙ୍ଗ’ ଶିବରାତ୍ରିର ପବିତ୍ର ମହାନିଶାରେ ପ୍ରକଟ ହୋଇ ସର୍ବପ୍ରଥମେ ବ୍ରହ୍ମା ଏବଂ ବିଷ୍ଣୁଙ୍କ ଦ୍ୱାରା ପୂଜିତ ହୋଇଥିଲା । ବ୍ରହ୍ମାଣ୍ଡ ହେଉଛି ଲିଙ୍ଗ । ସେଥିପାଇଁ ଲିଙ୍ଗର ଆଦି -ଅନ୍ତ ବିଷୟରେ ଦେବତାମାନେ ବି ଅଜ୍ଞାତ । ସୌରମଣ୍ଡଳରେ ବୁଲୁଥିବା ଗ୍ରହମାନଙ୍କର କକ୍ଷଗୁଡିକ ହେଉଛି ଶିବଙ୍କ ଶରୀରରେ ଗୁଡାଯାଇଥିବା ସର୍ପ । ମୁଣ୍ଡକୋପନିଷେଦ ଅନୁଯାୟୀ, ସୂର୍ଯ୍ୟ ଚନ୍ଦ୍ର ଏବଂ ଅଗ୍ନି ହେଉଛନ୍ତି ତାଙ୍କର ତ୍ରି ନେତ୍ର ।
ସ୍କନ୍ଦପୁରୁଣାରେ କୁହାଯାଇଛି କି , ଆକାଶ ହେଉଛି ସୂୟଂ ଲିଙ୍ଗ । ପୃଥିବୀ ତାର ପିଠି ବା ଆଧାର । ଏବଂ ସବୁକିଛି ଅନନ୍ତ ଶୂନ୍ୟସ୍ଥାନରୁ ଜନ୍ମ ହୋଇଛି । ସେଥିପାଇଁ ଏହାକୁ ଲିଙ୍ଗ କୁହାଯାଏ ।
ପୌରାଣିକ ଗ୍ରନ୍ଥ ଅନୁସାରେ, ପାର୍ବତୀଙ୍କ ରୂପେ ସତୀଙ୍କର ପୁର୍ନଜନ୍ମ ହୋଇଥିଲା । । ମାତା ପାର୍ବତା ପ୍ରାରମ୍ଭରୁ ଭଗବାନ ଶିବଙ୍କୁ ନିଜ ସୌନ୍ଦର୍ଯ୍ୟରେ ବାନ୍ଧି ର୍ଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସଫଳ ହୋଇ ପାରିନଥିଲେ । ଏହାପରେ ତ୍ରିଯୁଗୀ ନାରାୟଣଠାରୁ ୫ କିଲୋମିଟର ଦୂରରେ ଥିବା ଗୌରୀକୁଣ୍ଡରେ କଠିନ ଧ୍ୟାନ ଏବଂ ସାଧନା ଦ୍ୱାରା ଶିବଙ୍କ ମନ ଜିତିବାରେ ସଫଳ ହୋଇଥିଲେ ମାତା ପାର୍ବତୀ । ଏହାପରେ ମହାଶିବରାତ୍ରୀରେ ଭଗବାନ ଶିବ ଏବଂ ଆଦିଶକ୍ତିଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା ।