ପୁରୀ (ଏଟିଆର ବ୍ୟୁରୋ): ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅସୁସ୍ଥ ମହାପ୍ରଭୁ । ମହାପ୍ରଭୁଙ୍କୁ ସୁସ୍ଥ ପାଇଁ ଗୁପ୍ତ ନୀତି ଚାଲିଛି । ଫୁଲୁରି ତେଲ, ଓଷୁଅ ଲାଗି ପରେ ଗତକାଲି ରାଜ୍ୟବୈଦ୍ୟ ଦ୍ୱାରା ଦଶମୂଳ ମୋଦକ ପ୍ରଦାନ କରାଯାଇଛି । ଆଜି ଏହାକୁ ମହାପ୍ରଭୁଙ୍କ ଠାରେ ଲାଗି ହେବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ।
ଏହାପରେ ଶ୍ରୀମନ୍ଦିରରେ ବାଜି ଉଠିବ ଘଣ୍ଟ, ଘଣ୍ଟା ଓ କାହାଳୀ । ଏହାସହିତ ମହାପ୍ରଭୁ ରଙ୍ଗ ବେରଙ୍ଗର ପୋଷାକ ପରିଧାନ କରିବା ସହ ବିଭିନ୍ନ ରଙ୍ଗବେରଙ୍ଗ ଫୁଲରେ ପୂଜା ପାଇବେ । ମହାପ୍ରଭୁ ଅସୁସ୍ଥ ଥିବା ବେଳେ ଘଣ୍ଟା, ଘଣ୍ଟା ବାଜିବା ନିଷେଧ ଥିଲା । ଏହାସହିତ କେବଳ ଧଳା ରଙ୍ଗର ପୋଷାକ ପରିଧାନ କରୁଥିଲେ ଏବଂ ଧଳା ଫୁଲରେ ପୂଜା ପାଉଥିଲେ ମହାପ୍ରଭୁ ।
ଅନ୍ୟପଟେ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ରଥରେ ଲାଗି ସାରିଛି କଳସ, ଅଁଳା ଓ ଓଲଟଶୁଆ ।