ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଆଠ ମାସ ପରେ ମହାରାଷ୍ଟ୍ରରେ ଆଜିଠୁ ଖୋଲୁଛି ସମସ୍ତ ଧାର୍ମିକ ପୀଠ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରଯାଇଛି । ଏହାସହିତ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ , ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧି ଯିବା ପାଇଁ ଅନୁମତି ଦିଆଯିବ । ଏହାସହିତ ସମସ୍ତଙ୍କୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ପାଳନ କରିବା ପାଇଁ ବାଧ୍ୟତାମୂଳକ । ଏହାବ୍ୟତିତ ମନ୍ଦିର ଭିତରକୁ ଯିବାକୁ ଥିବା ଭକ୍ତଙ୍କ ମଧ୍ୟରେ ଅତି କମରେ ୬ ଫୁଟ ଦୂରତା ରହିବା ଉଚିତ୍ । ସେହିପରି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି , ଗର୍ଭବତୀ ମହିଳା, ଦୁଇ ବର୍ଷରୁ କମ ବୟସର ଶିଶୁ ଏବଂ ଅନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ମନ୍ଦିର ଯିବାକୁ ଅନୁମତି ନାହିଁ ।
ସୂଚନାମୁତାକ, ଧାର୍ମିକ ପୀଠ ଗୁଡିକରେ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ଗାଇଡଲାଇନ ଜାରି କରାଯାଇଛି । ସେହିଅନୁଯାୟୀ ଗେଟ୍ ମୁହଁରେ ସାନିଟାଇଜର ଏବଂ ସ୍କ୍ରିନିଂ ବ୍ୟବସ୍ଥା, ବିନା ମାସ୍କରେ ମନ୍ଦିର ପରିସରରେ ବୁଲିବା ପାଇଁ ଅନୁମତି ନାହିଁ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।