କେନ୍ଦୁଝର (ଏଟିଆର ବ୍ୟୁରୋ): ଚାଲିଛି ନବରାତ୍ରୀ । ବିଭିନ୍ନ ଦେବୀ ପୀଠରେ ମା’ଙ୍କର ଆଜି ମହାନବମୀ ପାଳିତ ହେଉଥିବା ବେଳେ ମଣ୍ଡପଗୁଡିକରେ ଆଜି ପାଳିତ ହେଉଛି ମହାଷ୍ଟମୀ । କିନ୍ତୁ ଘଟଗାଁ ମା ତାରିଣୀଙ୍କ ପୀଠରେ ଆଜି ମହାଷ୍ଟମୀ ପାଳିତ ହେଉଛି । ଏହି ଅବସରରେ ମା ତାରିଣୀ ସୁନା ବେଶରେ ଶୁସଜ୍ଜିତ ହୋଇଛନ୍ତି । ଏହାସହିତ ମହାଷ୍ଟମୀରେ ମା ଆଜି କାଳରାତ୍ରୀ ରୂପ ଧାରଣ କରିଛନ୍ତି । ମାଙ୍କର ଏହି ବେଶକୁ ଦର୍ଶନ କରିବା ନିମନ୍ତେ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟୁଛି । ସେପଟେ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷର ବ୍ୟାପ ବ୍ୟବସ୍ଥା କରାଯାଇଛି ।
ମହାଷ୍ଟମୀରେ ଆଜି ସକାଳୁ ତାରିଣୀ ପୀଠରେ ସେବାୟତ ମାନେ ମା’ଙ୍କର ମହାସ୍ନାନ, ମାଜଣା, ମଙ୍ଗଳ ଆଳତି, ବଡ ସିଂହାର ବେଶ, ଷୋଡଶ ଉପଚାର ଆଜି ନୀତିକାନ୍ତି ଶେଷ କରି ମାଙ୍କୁ ସୁନା ବେଶରେ ସଜ୍ଜିତ କରିଥିଲେ ।