ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏନେଇ ଚାରିଆଡେ ଚଳଚଞ୍ଚଳ । ଆଜିର ଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହିଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଥାଏ ।
ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କଠାରେ ମକର ଚାଉଳ ଭୋଗ ଲାଗିବାର ବିଧି ରହିଛି । ଶ୍ରୀଜିଉଙ୍କ ଘଣ୍ଟ, ଛତା ମାଧ୍ୟମରେ ମକର ବେଢା କରାଯାଇ ମକର ଚାଉଳ ଲାଗି କରାଯାଏ ।
ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତିରେ ବାପ ଘରକୁ ଚାଲି ଯାଇଥିଲେ ଏକ ମାସ ପରେ ମକର ସଂକ୍ରାନ୍ତିରେ ମକର ଚାଉଳ ଧରି ବଡ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ ଠାରେ ମକର ଚାଉଳ ଲାଗି ହୋଇଥାଏ ।