ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମାନୁସାରେ ମଙ୍ଗଳବାର ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ହନୁମାନଙ୍କୁ ପୂଜା କରିବାର ବିଧି ରହିଛି । ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ବାଧା ଦର ହେବା ସହ ସୁଖ-ଶାନ୍ତିର ଆଗମନ ହୋଇଥାଏ । କୁହାଯାଏ କି ଶୁଦ୍ଧ ଓ ଶ୍ରଦ୍ଧା ମନରେ ପୂଜିବା ଦ୍ୱାରା ଖୁବ୍ ଶୀଘ୍ର ହନୁମାନ ପ୍ରସନ୍ନ ହୋଇଯାନ୍ତି । ସେଥିପାଇଁ ଭକ୍ତ ମଙ୍ଗଳବାର ବ୍ରତ ରଖିବା ସହ ବିଧି ବିଧାନର ସହ ହନୁମାନଙ୍କ ପୂଜା କରନ୍ତି । ବଳ, ବୁଦ୍ଧି, ବିଦ୍ୟା ର ଦାତା ହେଉଛନ୍ତି ହନୁମାନ । ତାଙ୍କ ଉପାସନା କରିବା ଦ୍ୱାରା ଆଧ୍ୟାତ୍ମିକ ବଳ ପ୍ରାପ୍ତି ହୋଇଥାଏ । ଏହାସହିତ ମଙ୍ଗଳବାର ହନୁମାନଙ୍କ ପୂଜା କରିବା ସହିତ କିଛି ମନ୍ତ୍ର ଜପିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ।
ବିଦ୍ୟାବାନ ଗୁନି ଅତି ଚାତୁର ।
ରାମ କାଜ କରିବେ କୋ ଆତୁର । ।
ମହାବଳୀ ହନୁମାନଙ୍କ କୃପା ପ୍ରାପ୍ତ ପାଇଁ ଛାତ୍ରଙ୍କୁ ନିୟମିତ ହମୁମାନ ଚାଳିଶା ପାଠ କରିବା ଉଚିତ୍ । କୁହାଯାଏ କି ଚାଳିଶା ପାଠ କରିବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଏହାସହିତ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ ।
ଓମ୍ ହଁ ହନୁମତେ ନମଃ: ରାମ ଭକ୍ତ ହନୁମାନଙ୍କ ଏହି ମନ୍ତ୍ର ଖୁବ୍ ଚମକ୍ରାରୀ । ଏହି ମନ୍ତ୍ର ଜପିବା ଦ୍ୱାରା ବ୍ୟକ୍ତିଙ୍କୁ କୋର୍ଟ ସହିତ ଜଡିତ ମାମଲାରୁ ଲାଭ ମିଳିଥାଏ ।
ଓମ୍ ନମୋ ଭଗବତେ ହନୁମତେ ନମଃ: ଯଦି ଆପଣଙ୍କ ପରିବାରରେ ସର୍ବଦା କ୍ଲେଶ ରହିଥାଏ । କଥା କଥାରେ ଝଗଡା ହୋଇଥାଏ ତେବେ ହନୁମାନଙ୍କ ଏଡଇ ମନ୍ତ୍ର ଜପନ୍ତୁ । ଏହି ମନ୍ତ୍ରର ପ୍ରଭାବରେ ଲୋକଙ୍କ ଜୀବନରେ ସୁଖ-ଶାନ୍ତି ଆସିପାରେ ।
ଓମ୍ ହଂ ହନୁମତେ ରୁଦ୍ରାତ୍ମକାୟ ହୁଂ ଫଟ୍: ଶତୃ ଉପରେ ବିଜୟ ପ୍ରାପ୍ତି ପାଇଁ ହନୁମାନଙ୍କର ଏହି ମନ୍ତ୍ର ଜପିବା ଉଚିତ୍ । ମାନ୍ୟତା ରହିଛି କି ହନୁମାନଙ୍କର ଏହି ମନ୍ତ୍ର ଜପିବା ଦ୍ୱାରା ଶତୃଙ୍କଠାରୁ ବିଜୟ ପ୍ରାପ୍ତି ହୋଇଥାଏ ।
ଓଁ ନମୋ ଭଗବତେ ପଞ୍ଚବଦନାୟ ପଶ୍ଚିମୁଖାୟ ଗରୁଡାନନା
ମଂ ମଂ ମଂ ମଂ ମଂ ସକଳ ବିଷହରାୟ ସ୍ୱାହା..: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତି ନିୟମିତ ସ୍ନାନ କରିବା ପରେ ୧୧ ଥର ଏହି ମନ୍ତ୍ର ଜପିବା ଉଚିତ୍ । ମାନ୍ୟତା ରହିଛି କି ଏହାଦ୍ୱାରା ଜୀବନରେ ଆସୁଥିବା ସମସ୍ୟା ଦୂର ହୋଇଯାଏ ।