ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ହନୁମାନଙ୍କୁ ପୂଜା କରିବାର ସର୍ବଶ୍ରେଷ୍ଠ ଦିନ ହେଉଛି ମଙ୍ଗଳବାର । ଏହିଦିନ ବିଧିବିଧାନ ସହ ବଜରଙ୍ଗୱାଲିଙ୍କ ପୂଜା କରାଯାଏ । ଏବଂ ବିଶେଷ କଥାର ଧ୍ୟାନ ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । କୁହାଯାଏ କି ଅନେକ ଲୋକଙ୍କର ମଙ୍ଗଳ ଭାରି ରହିଥାନ୍ତି । ଯଦି ଏହିଦିନ ହନୁମାନଙ୍କୁ ଆରାଧନା କରାଯିବ ତେବେ ମଙ୍ଗଳ ହିଁ ମଙ୍ଗଳ ହେବ । କିନ୍ତୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ ଭୁଲରେ ବି ଏହି ସବୁ କାମ କରିବା ଉଚିତ୍ ନୁହେଁ ।
– ହନୁମାନଙ୍କୁ ଭୁଲ୍ ରେ ବି ଖୀରରେ ତିଆରି ମିଠା ଭୋଗ ଲଗାଇବା ଉଚିତ୍ ନୁହେଁ । ଏହାଦ୍ୱାରା ହନୁମାନ ରୁଷ୍ଠ ହୋଇଯାନ୍ତି । ହନୁମାନଙ୍କୁ ବୁନ୍ଦି, ବେସନ ଲଡ୍ଡୁ ଭୋଗ ଲଗାଇବା ଉଚିତ୍ ।
– ମଙ୍ଗଳବାର ଦିନ ମଦ ଓ ମାଂସ ଆଦି ସେବନ କରିବା ଉଚିତ୍ ନୁହେଁ ।
– ଯଦି ଆପଣ ମଙ୍ଗଳବାର ହନୁମାନଙ୍କ ବ୍ରତ ରଖୁଥାନ୍ତି ତେବେ ଭୁଲରେ ବି ଲୁଣ ସେବନ କରିବା ଉଚିତ ନୁହେଁ ।
– ମଙ୍ଗଳବାର କାହାରିକୁ ଟଙ୍କା ଧାରରେ ଦେବା ଉଚିତ୍ ନୁହେଁ । କାରଣ ଏହିଦିନ ଦିଆଯାଇଥିବା ଟଙ୍କା ସହଜରେ ଫେରେ ନାହିଁ ।
– ମଙ୍ଗଳବାର ଦିନ ପଶ୍ଚିମ ଓ ଉତ୍ତର ଆଡକୁ ଯାତ୍ରା କରିବା ଉଚିତ୍ ନୁହେଁ ।
– ଏହିଦିନ ନଖ, କେଶ ଆଦି କାଟିବା ଉଚିତ୍ ନୁହେଁ ।
– ଉଙ୍ଗଳବାର ଦିନ ଶୁକ୍ର ଓ ଶନିଙ୍କ ସହ ଜଡିତ କୌଣସି କାମ କରିବା ଉଚିତ୍ ନୁହେଁ ।