ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ପ୍ରତ୍ୟେକ ମଣିଷ ଜୀବନରେ ସୁଖ-ସମୃଦ୍ଧି ଚାହିଁଥାନ୍ତି । ସେଥିପାଇଁ ବିଭିନ୍ନ ଉପାୟ ଆପଣାଇ ଥାନ୍ତି, କିନ୍ତୁ ବେଳେ ବେଳେ ଏହା ସଫଳ ହୋଇନଥାଏ । ଅନ୍ୟପଟେ ମଣିଷର ଆର୍ଥିକ ସ୍ଥିତି କିଭଳି ରହିବ ସେନେଇ ଜାତକର ଗ୍ରହ ଉପରେ ନିର୍ଭର ଥାଏ । ଆଜ୍ଞା ହଁ କୁହାଯାଏ କି ଜାତକରେ ସୂର୍ଯ୍ୟଙ୍କ ଦଶା ମଣିଷର ଅର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଯଦି କୌଣସି ଜାତକରେ ସୂର୍ଯ୍ୟ ଶୁଭ ସ୍ଥାନରେ ଅଛନ୍ତି ତେବେ ତାଙ୍କ ଜୀବନରେ ସଫଳ ହିଁ ସଫଳ ହୋଇଥାଏ । ମାତ୍ର ଜାତକରେ ସୂର୍ଯ୍ୟଙ୍କ ଦଶା ଖରାପ ଥିଲେ ସବୁକିଛି ଗଡବଡ ହୋଇଯାଇଥାଏ ।
ଯଦି ଆପଣ ବି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ସେଥିପାଇଁ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରିପାରିବେ । ଏହି ମନ୍ତ୍ର ଜପିବା ଦ୍ୱାରା ଆର୍ଥିକ ସମସ୍ୟାରେ ସୁଧାର ଆସିପାରେ ଏବଂ ସମସ୍ତ ସମସ୍ୟା ଦୂର ହୋଇଥାଏ । କୁହାଯାଏ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୃଢ ଥିଲେ ତାଙ୍କର ସମସ୍ତ କାମ ସଫଳତାର ସହ ହୋଇଥାଏ ।
ଯଦି ଆପଣ ବି ଚାହୁଁଛନ୍ତି କି ସୂର୍ଯ୍ୟଙ୍କ ସ୍ଥିତି ଦୃଢ ରହୁ ସେଥିପାଇଁ ସକାଳୁ ଉଠ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ସେହି ଜଳରେ ଲାଲ ରଙ୍ଗର ଫୁଲ, ସିନ୍ଦୁର ଏବଂ ଗୁଡ ପକାଇ ୧୧ ଥଣ ଓଁ ସୂର୍ଯ୍ୟାୟ ନମଃ ଜପନ୍ତୁ । ଏହାଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହ ସୁଖ-ସମୃଦ୍ଧି ଲାଭ ହୋଇଥାଏ