ପୁରୀ (ଏଟିଆର ବ୍ୟୁରୋ): ଦୀର୍ଘ ୨୬ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ଝଟକୁଛନ୍ତି ଶ୍ରୀଜିଉ । ଦୀର୍ଘ ଅଢେଇ ଘଣ୍ଟା ପରେ ଶେଷ ହୋଇଛି ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ । ବିଳମ୍ବରେ ବେଶ ଆରମ୍ଭ ହୋଇଥିଲେ ହେଁ , ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ସାଢେ ୯ଟାରେ ବେଶ ଶେଷ ହୋଇଛି । ଏନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ନାଗାର୍ଜୁନ ବେଶନୀତି ବିଳମ୍ବରେ ଆରମ୍ଭ ହୋଇଥିଲା । ଭୋର ୪ ଟା ୪୫ ରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । କିନ୍ତୁ ସକାଳ ୭ଟାରେ ଆରମ୍ଭ ହୋଇଥିଲା ନାଗାର୍ଜୁନ ବେଶ । ଖୁଣ୍ଟିଆ ସେବାୟତ, ସିଂହାରୀ ସେବାୟତ ଏବଂ ଭଣ୍ଡାରୀ ମେକାପଙ୍କ ମଧ୍ୟରେ ବିବାଦ ଉପୁଜିବା ଯୋଗୁଁ ଶ୍ରୀଜିଉଙ୍କ ନାଗାର୍ଗୁନ ବେଶରେ ବିଳମ୍ବ ହୋଇଥିଲା । ନିର୍ଦ୍ଧାରିତ ହୋଇଥିବା ସେବାୟତଙ୍କଠାରୁ ଅଧିକ ସେବାୟତ ମନ୍ଦିର ଭିତରକୁ ପ୍ରବେଶ କରିବା ଦ୍ୱାରା ତିନି ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଶ୍ରୀମନ୍ଦିର ପ୍ରଶାସନଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା ।