ପୁରୀ (ଏଟିଆର ବ୍ୟୁରୋ): ରଥରେ ସମସ୍ତ ନୀତି କାନ୍ତି ସମ୍ପନ୍ନ ହେବା ପରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା ପୁଣି ତାଙ୍କ ପଛେ ପଛେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡିବା ଆରମ୍ଭ କରିଥିଲା । ଏବେ ପୁଣି ସାନ ଭାଇ କାଳିଆର ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିବା ଆରମ୍ଭ କରିଛି ।
ଭାଇ ଓ ଭଉଣୀଙ୍କ ପଛେ ପଛେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡକୁ ମାଡି ଚାଲିଛନ୍ତି କାଳିଆ ସାଆନ୍ତ । ବିନା ଭକ୍ତରେ ସେବାୟତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ସେଇ ଲୀଳାମୟଙ୍କ ଇଛା । ତାଙ୍କ ଇଛାରେ ସବୁକିଛି ସୁରୁଖୁରୁରେ ଆଗୁଆ ଆଗୁଆ ହୋଇ ଚାଲିଛି ।