ଶାରଦୀୟ ନବରାତ୍ରୀର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି । ଏହି ମା’ଙ୍କ ଆରାଧନା ଦ୍ୱାରା ଭକ୍ତଙ୍କ ବଳ, ବୁଦ୍ଧି ବିଦ୍ୟା, ପ୍ରେମ, ଜ୍ଞାନ,ଆୟୁ, ଯଶ, ଆରୋଗ୍ୟ, ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେତେବେଳେ ସାରା ଜଗତ ଅସ୍ତିତ୍ୱ ବିହିନ ଥିଲା, ସେହି ସମୟରେ ଦେବୀ କୁଷ୍ମାଣ୍ଡା ପୁରା ବ୍ରହ୍ମାଣ୍ଡକୁ ସଂରଚନା କରିଥିଲେ ।
ସୃଷ୍ଟିର ଆଦି ସ୍ୱରୂପା ଦେବୀ ହେଉଛନ୍ତି କୁଷ୍ମାଣ୍ଡା । ତାଙ୍କର ଏହି ସ୍ୱରୁପକୁ ପ୍ରଜ୍ୱଳିତ ପ୍ରଭାକର ବୋଲି କୁହାଯାଏ । ଅର୍ଥାତ ଚମକୁ ଥିବା ସୂର୍ଯ୍ୟଙ୍କ ଭଳି । ତାଙ୍କର କୀରଣ ଏତେ ମାତ୍ରାରେ ପ୍ରକାଶମୟ ଯେ ଦଶ କୋଣକୁ ପ୍ରଜ୍ୱଳିତ କରିପାରିବ । ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ମା’ କିରଣ ଛାଇ ହୋଇଛି ।
ମା କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୁଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ରହିଥାଏ । ଅଷ୍ଟମ ହାତରେ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ ।