(ଏଟିଆର ବ୍ୟୁରୋ): ଆଜି ହେଉଛି ମହାସପ୍ତମୀ । ପବିତ୍ର ନବରାତ୍ରିର ସପ୍ତମରାତି । ଏହି ଦିନ ମା’ ଦୁର୍ଗା ନେଇଥିଲେ ମା’ କାଳରାତ୍ରି ରୂପ । ରାକ୍ଷସମାନେ ସବୁ ସ୍ଥାନରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ , ତେଣୁ ସେମାନେ ସବୁ ପୁରରେ ଆରମ୍ଭ କରିଦେଇଥିଲେ ଅତ୍ୟାଚାର । ଦାନବ ରକ୍ତବିଜ ଓ ଶୁମ୍ଭ ନିଶୁମ୍ଭ ଯେତେବେଳେ ଦେବଲୋକରେ ନିଜର କ୍ରୁରତା ଦେଖାଇଥିଲେ , ସେତେବେଳେ ମା’ ଦୁର୍ଗା ନେଇଥିଲେ କାଳରାତ୍ରିର ରୁପ । ମା’ ଦୁର୍ଗା ଆଜିର ଦିନରେ କାଳରାତ୍ରି ରୁପ ଧାରଣ କରିଥିଲେ , ତେଣୁ ଆଜି ମା’ କାଳରାତ୍ରିଙ୍କ ଆରାଧନା କରାଯାଏ ।
ମା’ ଏହି ବେଶରେ ତିନିଟି ନେତ୍ର ଧାରଣ କରନ୍ତି। ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ। ଆଉ ମା’ଙ୍କ ବାହାନ ରହିଥାଏ ଗଧ। କିନ୍ତୁ ମା’ ସବୁବେଳେ ଭକ୍ତଙ୍କ କଲ୍ଯାଣ କରନ୍ତି। ତେଣୁ ମା’ଙ୍କୁ ଶୁଭଙ୍କାରୀ ବୋଲି କହନ୍ତି।