ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି କି ଏହି ଦିନ ବ୍ରତ ଏବଂ ପୂଜା କରିବା ଦ୍ୱାରା ଭଗବାନ ଶିବ ଭକ୍ତଙ୍କ ଉପରେ ପ୍ରଶନ୍ନ ହୋଇଥାନ୍ତି । ସେଥିପାଇଁ ଅନେକ ଲୋକ ସୋମବାର ସକାଳୁ ଉଠି ନିତ୍ୟକ୍ରମ ସାରି ମନ୍ଦିର ଯାଇଥାନ୍ତି । ଏବଂ ଶିବ ଲିଙ୍ଗକୁ ପୂଜା କରିବା ସହିତ ଶାସ୍ତ୍ରୀୟ ନିୟମ ଅନୁଯାୟୀ ବ୍ରତ ରଖିଥାନ୍ତି । ଯଦି ଆପଣ ବି ସୋମବାର ବ୍ରତ ରଖୁଛନ୍ତି ତେବେ କିଛି କଥା ଉପରେ ବିଶେଷ ଧ୍ୟାନ ରଖନ୍ତୁ ।
ଶିବ ପୂଜାର ନିୟମ: ଏହି ପୂଜାରେ ବିଭିନ୍ନ ଜିନିଷ ବ୍ୟବହାର କରାଯାଇଥାଏ ଯେପରିକି ଭାଙ୍ଗ, ବେଲପତ୍ର, ଚନ୍ଦନ, ଚାଉଳ ଦୁର୍ଦୁରା ଫୁଲ ଆଦି । କିନ୍ତୁ ଏଭଳି ଏକ ଜିନିଷ ଅଛି ଯାହା ଶିବ ପୂଜାରେ ସମ୍ପୂର୍ଣ୍ଣ ନିଷେଧ । ଏହାକୁ ବ୍ୟବହାର କରିବା ଦ୍ୱାରା ଭଗବାନ କ୍ରୋଧିତ ହୋଇ ଯାଇଥାନ୍ତି । ସେହି ଜିନିଷଟି ହେଉଛି ହଳଦୀ । ହିନ୍ଦୁଧର୍ମରେ ଅନେକ ସମୟରେ ଦେଖିିବାକୁ ମିଳି ଥାଏ ହଳଦୀକୁ ପୂଜାରେ ବ୍ୟବହାର କରାଯିବାର । ଏହାକୁ ପବିତ୍ର ବସ୍ତୁ କୁହାଯିବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । କିନ୍ତୁ ଏହି ହଳଦୀ ଶିବ ପୂଜାରେ ବ୍ୟବହାର କରିବା ଦ୍ୱାରା ମହାପାପ ବୋଲି କୁହାଯାଏ ।
ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କ ପୂଜାରେ ହଳଦୀ ନିଷେଧ । ଏହାର ପଛରେ ଏକ କାରଣ ରହିଛି ଯାହାଦ୍ୱାରା ଏହା ମହିଳାମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରାଇଥାଏ । ଏହାକୁ ସ୍ତ୍ରୀ ସମିତ୍ୱ କୁହାଯାଇଥାଏ । କିନ୍ତୁ ଭଗବାନ ଶିବ ପୁରୁଷ ସମିତ୍ୱ ହୋଇଥିବାରୁ ତାଙ୍କୁ ଏହି ସ୍ତ୍ରୀ ସମିତ୍ୱ ହଳଦୀ ଚଢାଇବା ଦ୍ୱାରା ସେ ରାଗି ଯାଇଥାନ୍ତି । ଏହି କାରଣରୁ ଶିବଙ୍କ ପୂଜାରେ ହଳଦୀ ନିଷେଧ ।