କେନ୍ଦୁଝର (ଏଟିଆର ବ୍ୟୁରୋ): କୋହଳ ହେଲା କଟକଣା । ଏଣିକି କେବଳ ମାସ୍କ ପିନ୍ଧି ମା ତାରିଣୀଙ୍କୁ ଦର୍ଶନ କରିପାରିବେ ସମସ୍ତ ଭକ୍ତ । ଘଟଗାଁ ମା ତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରେସମିଟ୍ ଜରିଆରେ ଏନେଇ ସୂଚନା ଦିଆଯାଇଛି ।
ନୂତନ ନିୟମ ଅନୁଯାୟୀ ଆସନ୍ତା ୩ ତାରିଖରୁ ସମସ୍ତ ଭକ୍ତ ମା ତାରିଣୀଙ୍କୁ ଦର୍ଶନ କରିପାରିବେ । ପୂର୍ବରୁ ୧୦ ବର୍ଷରୁ କମ ବୟସ୍କ ଶିଶୁ ଓ ୬୫ ରୁ ଉର୍ଦ୍ଧ ବୟସ୍କଙ୍କୁ ମନ୍ଦିରରେ ମାଙ୍କ ଦର୍ଶନ ପାଇଁ ଅନୁମତି ନଥିଲା କିନ୍ତୁ ଏବେ ସମସ୍ତ ଭକ୍ତ ମାଙ୍କୁ ଦର୍ଶନ କରିପାରିବେ । ଏହାସହିତ ମାଙ୍କଠାରେ ଭୋଗ ଲାଗି ହୋଇପାରିବେ । ମନ୍ଦିରରେ କେବଳ ମାସ୍କ ପରିଧାନ ବାଧ୍ୟତାମୂଳକ ରହିଛି ।