ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱ ପ୍ରସିଦ୍ଧ ଅମରନାଥ ଯାତ୍ରାକୁ ଚଳିତବର୍ଷ ରଦ୍ଦ କରାଯାଇଛି । ଏପର୍ଯ୍ୟନ୍ତ ଲୋକଙ୍କ ମନରେ ଆଶା ରହିଥିଲା କି କରୋନା କାଳ ମଧ୍ୟରେ ଅମରନାଥ ଯାତ୍ରା ଜୁଲାଇ ୨୧ ରୁ ଆରମ୍ଭ ହୋଇ ଅଗଷ୍ଟ ୩ ଯାଏଁ ଚାଲିବ । ସେଥିପାଇଁ ଏହାରି ମଧ୍ୟରେ ଯାତ୍ରା ପାଇଁ ଶୁକ୍ରବାର ପ୍ରଥମ ପୂଜା ବି ଆରମ୍ଭ ହୋଇଥିଲା । କିନ୍ତୁ ଅଚାନକ୍ ଅମରନାଥ ବୋର୍ଡ ପକ୍ଷରୁ ଯାତ୍ରା ରଦ୍ଦ କରିବାର ଘୋଷଣା କରାଯାଇଛି ।
ଜମ୍ମୁ ଏବଂ କାଶ୍ମୀର ସରକାର ସ୍ଥିତ ରାଜଭବନ ପକ୍ଷରୁ ଏନେଇ ଜାରି ବୟାନରେ କୁହାଯାଇଛି କି, ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆମରନାଥ ବୋର୍ଡ ପକ୍ଷରୁ ନିଷ୍ପତି ନିଆଯାଇଛି କି ଚଳିତ ବର୍ଷ ଅମରନାଥଙ୍କ ଯାତ୍ରା ହେବ ନାହିଁ ।
ଏହାସହିତ ବୟାନରେ ଆହୁରି ମଧ୍ୟ କୁହାଯାଇଛି କି, ଧାର୍ମିକ ଭବନା ବଳବତ୍ତର ରଖନ୍ତୁ, ସେଥିପାଇଁ ବୋର୍ଡ ପକ୍ଷରୁ ସକାଳ ଏବଂ ସନ୍ଧ୍ୟାରେ ଆଳତୀ ସମୟରେ ଲାଇଭ ଟେଲିକାଷ୍ଟ କରାଯିବ । ପବିତ୍ର ଧାମର ପାରମ୍ପରିକ ପ୍ରଥା ପୂର୍ବ ଭଳି ଜାରି ରହିବ ।