ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ମଥୁରା ଜନପଦରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଜିଲ୍ଲା ପ୍ରାଶାସନ ପକ୍ଷରୁ ରବିବାରଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଛି । ଏହାସହିତ ମନ୍ଦିରର ଦର୍ଶନ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସେହିପରି ବୃନ୍ଦାବନର ବାଙ୍କେ ବିହାରୀ ଦର୍ଶନ ପାଇର୍ ଏଣିକି ଅନଲାଇନ ପଞ୍ଜିକରଣ କରିବାକୁ ହେବ । ଏହାସହିତ ମନ୍ଦିରେ ଏକସଙ୍ଗରେ ୫ ଜଣ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ଆଜିଠାରୁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।
ସେହିପରି ଶ୍ରୀକୃଷ୍ଣ ଜନ୍ମଭୂମି ପରିସରରେ ରାତି ୮ଟାରେ ସମସ୍ତ ମନ୍ଦିର ବନ୍ଦ କରିଦିଆଯିବ । ଜିଲ୍ଲାର ଅନ୍ୟ ମନ୍ଦିରର ଦର୍ଶନ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଗତ ଏକ ସପ୍ତାହ ହେବ ଜିଲ୍ଲାରେ କୋଭିଡ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରାତି ୯ଟାରୁ ସକାଳ ଟା ଯାଏଁ ରାତ୍ରି କର୍ଫ୍ୟୁ ଜାରି କରାଯାଇଛି ।