ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାମୁଦ୍ରିକ ଶାସ୍ତ୍ର ଏଭଳି ଏକ ଶାସ୍ତ୍ର ଯେଉଁଥିରେ ମଣିଷ ଜୀବନର ଭବିଷ୍ୟତରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଅନୁମାନ ଲଗାଇପାରିବେ । ଏହା ମଧ୍ୟମରେ ଆଗାମୀ ଦିନରେ କ’ଣ ହେବ ସେ ବିଷୟରେ ପୂର୍ବରୁ ଜାଣିପାରିବେ । ଆପଣମାନେ ସମସ୍ତେ ଜାଣିଥିବେ ଯେ ମଣିଷର ଶାରିରୀକ ଭାଷା ତା ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । ଠିକ୍ ସେହିଭଳି ନଖ ଦ୍ୱାରା ଆଗାମୀ ଭବିଷ୍ୟତ ବିଷୟରେ ଜାଣିପାରିବେ ।
ଯଦି ଆପଣଙ୍କ ନଖର ରଙ୍ଗ ଧଳା ହୋଇଥିବ ତେବେ ଏହି ଚିହ୍ନ ମାଙ୍ଗଳିକ ସଂକେତ ଦେଇଥାଏ, ଧଳା ରଙ୍ଗର ଅର୍ଦ୍ଧଚନ୍ଦ ଆକାର ଶୁଭ ହୋଇଥାଏ । ଏହା ବ୍ୟତୀତ ଯଦି ବୃଦ୍ଧ ଅଙ୍ଗୁଳିର ପାଶ୍ୱର୍ବତୀ ଅଙ୍ଗୁଳି ଧଳା ହେଉଛି, ତାହାଲେ ଜାଣି ନିଅନ୍ତୁ କି ଆପଣଙ୍କ ଜୀବନରେ କୌଣସି ଖାସ୍ ବନ୍ଧୁ ଆସିବାର ଅଛନ୍ତି । ଏହା ସହିତ ସଫଳତାର ଯୋଗ ହୋଇଥାଏ ।
ଯଦି ଆପଣଙ୍କର ଅନାମିକା ଅଙ୍ଗୁଳିରେ ଧଳା ଚିହ୍ନ ହେଉଛି, ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ଭଲ ହେବାର ଅଛି ।
ସେହିଭଳି ମଧ୍ୟମା ଅଙ୍ଗୁଳିରେ ଧଳା ଚିହ୍ନ ର ସଂକେତ ହେଉଛି କୌଣସି ବ୍ୟକ୍ତି ଆପଣଙ୍କ ସହ ଗୁପ୍ତରେ ଶତୃତା ଅବଲମ୍ବ କରୁଛି ।
ସବୁଠାରୁ ଛୋଟ ଅଙ୍ଗୁଳିରେ ଧଳା ଚିହ୍ନର ଅର୍ଥ ହେଉଛି ଆପଣ ଖୁବ୍ ଶୀଘ୍ର କୌଣସି ମଉଜ ମସ୍ତିରେ ସାମିଲ ହେବାକୁ ଯାଉଛନ୍ତି ।
ଯଦି ଆପଣଙ୍କ ବୃଦ୍ଧ ଅଙ୍ଗୁଳିରେ ଧଳା ଚିହ୍ନ ହେଉଛି ତାର ଅର୍ଥ କିଛି ମନପସନ୍ଦର ବସ୍ତୁ ମିଳିବାର ସଂକେତ । କିନ୍ତୁ କଳା ଦାଗ ହେବାର ଅର୍ଥ ଜୀବନରେ କିଛି ଖରାପ ହେବାର ଅଛି ।