ପୁରୀ (ଏଟିଆର ବ୍ୟୁରୋ): ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ଶ୍ରୀଜିଉ । ଚାଲିଛି ଗୁପ୍ତ ଉପଚାର । ଦଇତାପତି ଓ ପତି ମହାପାତ୍ର ସେବାୟତମାନେ ଲାଗି ପଡିଛନ୍ତି ଦାରୁ ଦିଅଁଙ୍କ ଗୁପ୍ତ ସେବାରେ । ଗତକାଲି ଚତୁର୍ଦ୍ଧବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା ଫୁଲୁରି ତେଲ । ଆଜି ଷଷ୍ଠୀରେ ଲାଗି ହେବ ଓଷ ।
ମଧ୍ୟାହ୍ନ ଧୂପ ପରେ ବେହରଣ ଦ୍ୱାର ଦେଇ ଦଇତାପତି ପ୍ରବେଶ କରି ଓଷ ଲାଗି କରିବେ । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଉଥିବା ବେଳେ ଘନ ଅନ୍ଧକାର ମଧ୍ୟରେ ଅଣବସର ଗୁପ୍ତ ଚିକିତ୍ସା କରାଯାଉଛି ।