ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଶ୍ୱିନ ମାସ ଦ୍ୱାଦଶୀକୁ ପଦ୍ମନାଭ ଦ୍ୱାଦଶ ବୋଲି କୁହାଯାଇଥାଏ । ଏହି ଦ୍ୱାଦଶୀରେ ଭଗବାନ ବିଷ୍ଣୁଙ୍କ ପଦ୍ମନାଭ ରୂପକୁ ପୂଜା କରାଯାଇଥାଏ । ହିନ୍ଦୁ ଧର୍ମରେ ଏହି ଦ୍ୱାଦଶୀର ଖୁବ୍ ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ପଦ୍ମନାଭ ଦ୍ୱାଦଶୀ ବିଷୟରେ..
ପଦ୍ମନାଭ ଦ୍ୱାଦଶୀ ଦିନ ପଦ୍ମନାଭଙ୍କୁ ପୂଜା କରାଯାଇଥାଏ । ଏହି ଦିନ ଭଗବାନ ଜାଗୃତବସ୍ଥା ପ୍ରାପ୍ତ କରିବା ହେତୁ ପଦ୍ମସୀନ ବ୍ରହ୍ମା ‘ଓଁକାର’ ଧ୍ୱନି କରିଥାନ୍ତି । ସେଥିପାଇଁ ଏକ ଘଟ ସ୍ଥାପିତ କରି ସେଥିରେ ପଦ୍ମନାଭ (ବିଷ୍ଣୁ)ଙ୍କ ଏକ ସ୍ୱର୍ଣ୍ଣ ପ୍ରତିମା ରଖନ୍ତୁ । ଏହାପରେ ଫୁଲ, ଚନ୍ଦନ ଦ୍ୱାରା ଭଗବାନଙ୍କ ପ୍ରତିମାକୁ ପୂଜନ୍ତୁ ।
ପଦ୍ମନାଭ ଦ୍ୱାଦଶୀର ମହତ୍ୱ: ଭଗବାନ୍ ବିଷ୍ଣୁଙ୍କ ପଦ୍ମନାଭ ସୂରୂପକୁ ପୂଜା କରିବା ଦ୍ୱାରା ତାଙ୍କ କୃପା ସହିତ ମା ଲକ୍ଷ୍ମୀଙ୍କ ଆର୍ଶିବାଦ ବି ପ୍ରାପ୍ତ ହୋଇଥାଏ । ଏହି ଦିନ ବ୍ରତ ରଖିବା ଦ୍ୱାରା ଯଶ, ଧନ ଆଦି ପ୍ରାପ୍ତ ହୋଇଥାଏ । ଏହାସହିତ ବ୍ରତଧାରୀ ତାଙ୍କ ଜୀବନରେ ଜନ୍ମ-ମରଣ ଚକ୍ରରୁ ମୁକ୍ତ ହୋଇଥାନ୍ତି
ପଦ୍ମନାଭ ଦ୍ୱାଦଶୀ ଦିନ ଶୁଭକାମ କରାଯାଇଥାଏ । ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଚାହୁଁଥିବେ ତେବେ ଏହିଦିନ ଶୁଭାରାମ୍ଭ କରନ୍ତୁ । ଏହାବ୍ୟତିତ ଯାତ୍ରାର ପ୍ରାରମ୍ଭ କରିବା ପାଇଁ ଏହି ଦିନର ବିଶେଷ ମହତ୍ୱ ରହିଛି । ଯେଉଁ ଭକ୍ତ ଆଧ୍ୟାତ୍ମିକ ଜ୍ଞାନ ଏବଂ ସାଂସାରିକ ସୁଖ ଚାହୁଁଛନ୍ତି ତେବେ ଏହି ଦିନ ବିଶେଷ ଅର୍ଚ୍ଚନା କରନ୍ତୁ ।