ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନା ପ୍ରକୋପ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ ସ୍ଥଳ ଭଳି କରତାରପୁର କରିଡର ବି ବନ୍ଦ ରହିଥିଲା । ଯାହାକୁ ଏବେ ପାକିସ୍ତାନ ପକ୍ଷରୁ ଶିଖ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବାକୁ ପ୍ରସ୍ତୁତ କରାଯାଉଛି । ପାକିସ୍ତାନ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର ସାହିବ କରିଡର ଜୁନ୍ ୨୯ ରୁ ଖୋଲିବାକୁ ପ୍ରସ୍ତୁତି କରାଯାଉଛି । ଏନେଇ ପାକିସ୍ତାନର ବିଦେଶମନ୍ତ୍ରୀ ଶାହ ମହମୁଦ କୁରେଶି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି କି, ଏବେ ସାରା ଦୁନିଆରେ ପୂଜା ସ୍ଥଳ ଖୋଲିବା ଯୋଗୁଁ ପାକିସ୍ତାନ ବି ସମସ୍ତ ଶିଖ ତୀର୍ଥଯାତ୍ରୀଙ୍କ ପାଇଁ କରତାରପୁର ସାହିବ କରିଡର କୁ ପୁର୍ନବାର ଖୋଲିବା ଲାଗି ପ୍ରସ୍ତୁତ କରୁଛି । ଜୁନ୍ ୨୯ ରେ ମହାରାଜା ରଣଜିତ୍ ସିଂହଙ୍କ ପୂର୍ଣ୍ଣତିଥି । ଏହି ଅବସରରେ କରିଡର ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାକୁ ନେଇ ଏବେ ଭାରତ ସହ ଆଲୋଚନା ଜାରି ରହିଛି ।
ସୂଚନାଯୋଗ୍ୟ , କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୧୫ ରୁ କରତାରପୁର କରିଡର ବନ୍ଦ କରିବାର ନିଷ୍ପତି ନିଆଯାଇଥିଲା ।