ଭୁବନେଶ୍ୱର (ଏଟିଆର ): ଶାସ୍ତ୍ର ଅନୁସାରେ ପୂଜାରେ କ୍ଷୀର, ଦହି, ମହୁ, ଘିଅ ଏବଂ ମିଶିରିର ଉପଯୋଗ ହୋଇଥାଏ . ଏହି ୫ଟି ଜିନିଷ ବିନା ପୂଜା ଅଧୁରା ବୋଲି କୁହାଯାଇଥାଏ . ହିନ୍ଦୁ ଧର୍ମରେ ଏହି ୫ଟି ଜିନିଷ ପବିତ୍ର ବୋଲି କୁହାଯାଏ .ଯେତେବେଳେ ଏହି ୫ଟି ଜିନିଷ ମିଶ୍ରିତ ହୋଇଥାଏ ତାହା ପଞ୍ଚାମୃତରେ ପରିବର୍ତନ ହୋଇଥାଏ .
ପଞ୍ଚାମୃତ ଅର୍ଥାତ ୫ଟି ଅମୃତ : ପଞ୍ଚାମୃତ ର ପ୍ରଥମ ଭାଗ ହେଉଛି କ୍ଷୀର . ଯାହା ଗାଈ ଠାରୁ ଆସିଥାଏ . ଗାଈଙ୍କ ଠାରେ ଦେବା ଦେବୀ ରହିଥିବାରୁ ଏହା ଅମୃତ ବୋଲି କୁହାଯାଏ .
– ଦ୍ଵିତୀୟ ଏବଂ ତୃତୀୟ ଭାଗ ହେଉଛି ଦହି ଏବଂ ଘିଅ . ଏହା କ୍ଷୀରରୁ ହେଉଥିବାରୁ ଏହା ବି ଅମୃତ ଅଟେ .
– ଚତୁର୍ଥ ଏବଂ ପଞ୍ଚମ ଭାଗ ହେଉଛି ମହୁ ଏବଂ ମିସିରି . ଏହାକୁ ଖିରରେ ମିଶାଇବା ଦ୍ୱାରା ସମ୍ପୂର୍ଣ ପଞ୍ଚାମୃତ ହୋଇଥାଏ .
ସେହିପରି ପଞ୍ଚାମୃତକୁ ପ୍ରସାଦ ରୂପେ ସେବନ କରିବ ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି .