ପୁରୀ (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସ ଏକାଦଶୀ ତିଥି ତଥା ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ପବିତ୍ର ପଞ୍ଚୁକ ବ୍ରତ । ପାଞ୍ଚଦିନ ପାଳନ କରାଯିବ ଏହି ବ୍ରତ । କୁହାଯାଏ କି ପଞ୍ଚୁକ ବ୍ରତ ସବୁଠାରୁ ପବିତ୍ର ହୋଇଥାଏ । ଏହି ଅବସରରେ ପାଞ୍ଚ ଦିନ ଯାକ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଥାଏ ।
୫ଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ସେହିଅନୁଯାୟୀ ଏକାଦଶୀରେ ଠିଆକିଆ ବେଶ, ଦ୍ୱାଦଶୀରେ ବାଙ୍କଚୁଡ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂଣ୍ଣିମାରେ ରାଜରାଜେଶ୍ୱରୀ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମଣିମା ।