ପୁରୀ (ଏଟିଆର ବ୍ୟୁରୋ): ସୋମବାରଠୁ ଆରମ୍ଭ ପଞ୍ଚୁକ ବ୍ରତ । କାର୍ତ୍ତିକ ମାସରେ ଏହି ପଞ୍ଚୁକ ପାଞ୍ଚ ଦିନ ସବୁଠୁ ପବିତ୍ର ବୋଲି କୁହାଯାଇଥାଏ । ପଞ୍ଚୁକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ପଞ୍ଚୁକର ପାଞ୍ଚ ଦିନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ । ସେହିପରି ପ୍ରଥମ ଦିନ ତଥା ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୂଡ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ ।
ମାତ୍ର ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପଞ୍ଚୁକ ଆରମ୍ଭ ଏବଂ ପୂର୍ଣ୍ଣିମା ଦିନ ଶ୍ରୀଜିଉଙ୍କ ବେଶ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।