ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ଭଗବାନ ହନୁମାନଙ୍କ ଫଟୋ ରଖିବା ଦ୍ୱାରା ମଙ୍ଗଳ, ଶନି, ପିତୃ ଏବଂ ଭୂତପ୍ରେତ ଆଦିର ଦୋଷ ଦୂର ହୋଇଥାଏ ବୋଲି କୁହାଯାଏ । ଯଦି ଆପଣ ହନୁମାନ ଭଗବାନଙ୍କ ଭକ୍ତ ତେବେ ଆପଣଙ୍କ ଘରେ ନିହାତି ଭାବେ ହନୁମାନ ଫଟୋ ଲଗାଇବା ଉଚିତ୍ । ମାତ୍ର ଘରେ ଫଟୋ ଲଗାଇବା ପୂର୍ବରୁ ନିୟମ ବିଷୟରେ ଜାଣିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କ ଫଟୋ ଲଗାଇବା ବେଳେ କେଉଁ କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ।
ଦକ୍ଷୀଣାମୁଖୀ ହନୁମାନ: ବାସ୍ତୁ ଅନୁଯାୟୀ ହନୁମାନଙ୍କ ଫଟୋ ସର୍ବଦା ଦକ୍ଷିଣ କୋଣ ଆଡକୁ ମୁହଁ କରିଥିବାର ଲଗାଇବା ଉଚିତ୍ । ଏହା ଏଥିପାଇଁ ଶୁଭ କାରଣ ହନୁମାନ ତାଙ୍କର ପ୍ରଭାବ ସର୍ବାଧିକ ଏହି କୋଣରେ ଦେଖାଇଛନ୍ତି । ସେଥିପାଇଁ ହନୁମାନଙ୍କ ଫଟୋ ଲଗାଇବା ଦ୍ୱାରା ଦକ୍ଷିଣକୋଣରୁ ଆସୁଥିବା ସମସ୍ତ ଖରାପ ଶକ୍ତି ହନୁମାନଙ୍କ ଫଟୋ ଦେଖି ଫେରି ଯାଆନ୍ତି । ସେହିୁ ଶାସ୍ତ୍ର ଅନୁଯାୟର ଘରର ଦକ୍ଷିଣ କାନ୍ଥରେ ହନୁମାନଙ୍କ ଲାଲ୍ ରଙ୍ଗର ଫଟୋ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଯଦି ଆପଣଙ୍କ ମଙ୍ଗଳ ଅଶୁଭ ଥିବ ତେବେ ଶୁଭଫଳ ମିଳିବା ଆରମ୍ଭ ହୋଇଯିବ ।
ଉତ୍ତରାମୁଖୀ ହନୁମାନ: ହନୁମାନଙ୍କ ଯେଉଁ ଫଟୋ ଉତ୍ତର ଆଡକୁ ମୁହଁ ହୋଇକି ରହିଥିବ ତାକୁ ଉତ୍ତରାମୁଖୀ ହନୁମାନ ସ୍ୱରୂପ ବୋଲି କୁହାଯାଏ । ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ସମସ୍ତ ଦେବା-ଦେବୀଙ୍କ କୃପା ଲାଭ ହୋଇଥାଏ । ଏହାବ୍ୟତିତ ଯେଉଁ ଘରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ଥାଏ, ସେଠାରେ ଉନ୍ନତି ମାର୍ଗରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ, ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଏହାବ୍ୟତିତ ଯଦି ଘରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ପଡୁଥିବାର ଜଣାଯାଏ ତେବେ ହନୁମାନ ଶକ୍ତି ପ୍ରଦଶନ ମୁଦ୍ରା ଫଟୋ ଲଗାନ୍ତୁ ।
ରାମଦରୱାର ଫଟୋ: ଆପଣଙ୍କ ଘରର ଡ୍ରଇଙ୍ଗି ରୁମରେ ଶ୍ରୀରାମ ଦରୱାର ଫଟୋ ଲଗାନ୍ତୁ, ଯେଉଁଠି ଶୀରାମଙ୍କ ଚରଣରେ ହନୁମାନ ବସିଥିବେ । ଏହାବ୍ୟତିତ ଆପଣ ପଞ୍ଚମୁଖୀ ହନୁମାନଙ୍କ ଫଟୋ, ହନୁମାନ ପର୍ବତ ଉଠାଉଥିବାର ଫଟୋ, ଶ୍ରୀରାମ ଭଜନ କରୁଥିବାର ହନୁମାନଙ୍କ ଫଟୋ ଲଗାଇ ପାରିବେ । ଧ୍ୟାନ ରଖିଥିବେ କି ଏହି ଫଟୋ ମଧ୍ୟରୁ କୌଣସି ଗୋଟିଏ ଫଟୋ ଲଗାଇ ପାରିବେ ।