ପୁରୀ (ଏଟିଆର ବ୍ୟୁରୋ):ରତ୍ନ ସିଂହାସନ ଛାଡି ଅଣସର ଘରେ ମହାପ୍ରଭୁ । ଆଜକୁ ୫ ଦିନ ହେବ ଜ୍ୱରରେ କମ୍ପୁଛନ୍ତି । ମହାପ୍ରଭୁଙ୍କ ଜ୍ୱର ଭଲ ହେବା ପାଇଁ ଏହି ସମମୟରେ ବିଭିନ୍ନ ସେବା ଚାଲିଛି । ସେହିପରି ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ ।
ପରମ୍ପରା ଅନୁଯାୟୀ ଏହି ଫୁଲୁରୀ ତେଲ ଲାଗି ହେବା ପରେ ଚତୁର୍ଦ୍ଧାମୁରତୀ ସୁସ୍ଥ ହୋଇଥାନ୍ତି । ଏହି ତେଲକୁ ବଡ ବଡିଆ ମଠରେ ତିଆରି କରାଯାଇଥାଏ । ମୁଖ୍ୟତଃ ଏହି ତେଳରେ ବେଣା ମୂଳ, ବିଭିନ୍ନ ପ୍ରକାରର ଫୁଲ ଯେପରିକି ଜୁଇ, ଜାଇ, ମଲ୍ଲୀ ଆଦି ମିଶ୍ରଶ କରାଯାଇଥାଏ । ଏହି ତେଲକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବା ଦ୍ୱାରା ଜ୍ୱର ପୀଡାରା ଉପଶମ ପାଆନ୍ତି ବୋଲି ବିଶ୍ୱାସ ରହିଛି ।